ନୂଆଦିଲ୍ଲୀ ୨।୨: ଚାଇନା କମ୍ପାନୀ ବେଟାଭୋଲ୍ଟ ଏପରି ଏକ ବ୍ୟାଟେରୀ ତିଆରି କରିଛି ଯାହା କିଛି ଦିନ କି ମାସ ପର୍ଯ୍ୟନ୍ତ ନୁହେଁ ୫୦ ବର୍ଷ ପର୍ଯ୍ୟନ୍ତ ନିର୍ବିଘ୍ନରେ ଚାଲି ରହିବ। ଆପଣ ଭାବୁଥିବେ ଯଦି ବ୍ୟାଟେରୀ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ ତେବେ ଏହାର ଆକାର ମଧ୍ୟ ସେହିଭଳି ବଡ଼ ହୋଇଥିବ। ହେଲେ ତାହା ନୁହେଁ ଏହା ଆକରରେ ମଧ୍ୟ ବହୁତ ଛୋଟ। ବେଟାଭୋଲ୍ଟ ତିଆରି କରିଥିବା ଏହି ବ୍ୟାଟେରୀର ଖାସ କଥା ହେଉଛି ଏହା ଆକାରରେ ଏକ କଏନ ସାଇଜର।
ଏହି ବ୍ୟାଟେରୀ ଏବେ ପାଇଲଟ ଟେଷ୍ଟିଂ ପର୍ଯ୍ୟାୟରେ ରହିଛି। ତେବେ କମ୍ପାନୀ କହିଛି ଏହି ବ୍ୟାଟେରୀ ବିଶ୍ୱରେ ବଡ଼ଧରଣର କ୍ରାନ୍ତି ଆଣିବ। ଚୀନ କମ୍ପାନୀ ନିର୍ମିତ ଏହି ବ୍ୟାଟେରୀକୁ ନା ବାରମ୍ବାର ଚାର୍ଜ କରିବାକୁ ପଡିବ ନା ରକ୍ଷଣାବେକ୍ଷଣାର ଆବଶ୍ୟକତା। ଏହି ବ୍ୟାଟେରୀ ପରମାଣୁ ଶକ୍ତିରେ ଚାଲିବ। ଏହି ବ୍ୟାଟେରୀକୁ ଡ୍ରୋନ ଓ ଫୋନ ସହିତ ଅନ୍ୟ ଇକ୍ୱୁପମେଣ୍ଟ ଲାଗି ବ୍ୟବହାର କରାଯାଇପାରିବ। ଏହା କେବଳ ବ୍ୟାଟେରୀର ଗୋଟିଏ ଗୁଣ ନୁହେଁ ଏହାର ଆହୁରି ଅନେକ ଗୁଣ ରହିଛି।
{"id":903880,"sizeSlug":"full","linkDestination":"none"}
ବ୍ୟାଟେରୀରେ ପ୍ରାୟତଃ ନିଆଁ ଲାଗି ଯାଉଥିବାର ଅଭିଯୋଗ ହୋଇଥାଏ। ତେବେ କମ୍ପାନୀ ଦାବି କରିଛି ଯେ ଚାପ ପଡିଲେ ଏହି ବ୍ୟାଟେରୀରେ ବିସ୍ଫୋରଣ ହେବନି କି ଏଥିରେ ନିଆଁ ଲାଗିବନି। କାରଣ ବ୍ୟାଟେରୀକୁ ଅଲଗା ଅଲଗା ତାପମାତ୍ରାରେ ପରୀକ୍ଷଣ କରାଯାଇଛି। ଦି ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟଅନୁସାରେ ଏହି ବ୍ୟାଟେରୀ ଆଇସୋଟପରୁ ବାହାରୁଥିବା ଶକ୍ତିକୁ ଇଲେକ୍ଟ୍ରିସିଟିରେ ପରିବର୍ତ୍ତିନ କରିବାରେ ବଢିଆ କାମ କରୁଛି। ଏହି ବ୍ୟାଟେରୀ ତିଆରି ପାଇଁ ଅଧିକ ବ୍ୟୟ ହେଉଥିବାରୁ ଏହାର ମୂଲ୍ୟ ଅଧିକ ହୋଇପାରେ।
ବେଟାଭୋଲ୍ଟ ଦ୍ୱାରା ତିଆରି କରାଯାଇଥିବା ଏହି ପରମାଣୁ ଶକ୍ତି ସମ୍ପନ୍ନ ବ୍ୟାଟେରୀର ବ୍ୟବହାର ଅଲଗା ଅଲଗା ସେକ୍ଟରରେ କ୍ରାନ୍ତି ଆଣିପାରିବ। ଏହି ବ୍ୟାଟେରୀର ବ୍ୟବହାର ଏଆଇ ଇକ୍ୱିପମେଣ୍ଟ, ଏରୋସ୍ପେସ୍, ହାଇଟେକ୍ ସେନସର, ମେଡିକାଲ ଇକ୍ୱିପମେଣ୍ଟ, ମାଇକ୍ରୋ ପ୍ରୋସେସର, ଛୋଟ ଡ୍ରୋନ ଓ ମାଇକ୍ରୋ ରବୋଟରେ କରାଯାଇ ପାରେ।
୩୮ ଭାରତୀୟଙ୍କୁ ନେଇ କୈଳାଶ ମାନସରୋବର ପହଞ୍ଚିଲା ଫ୍ଲାଇଟ୍, ୨୭ ହଜାର ଫୁଟ ଉଚ୍ଚରୁ ହେଲା ଦର୍ଶନ