ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ସୋଆରେ ଜାତୀୟ କ୍ରୀଡା ଦିବସ ପାଳିତ, ମିନି ମାରାଥନ୍‌ରେ ସାମିଲ ହେଲେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ

30/08/2022 at 7:53 PM

ଭୁବନେଶ୍ୱର, ୩୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସୋଆରେ ସୋମବାର ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା । ସୋଆ କ୍ୟାମ୍ପସ୍ ୨ ର ଟେନିସ୍ କୋର୍ଟରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନ୍‌କୁ ବିଶ୍ୱ ବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍‌-ଅଫ୍ କରିଥିଲେ । ସୋଆର ବିଭିନ୍ନ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏହି ମିନି ମାରାଥନ୍‌ରେ ସାମିଲ ହୋଇଥିଲେ । ସୋଆରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମାରାଥନ୍‌ରେ ଯୋଗ ଦେଇଥିଲେ ।

ଏହି ମାରାଥନ୍ କ୍ୟାମ୍ପସ୍ ୨ ରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ପୁଣିଥରେ କ୍ୟାମ୍ପସ୍ ୨ କୁ ଫେରିଥିଲା । ମାରାଥନ୍ ଶେଷ ହେବା ପରେ ଛାତ୍ରଛାତ୍ରୀ ମାନେ ବାସ୍କେଟବଲ କୋର୍ଟରେ ଯୋଗାଭ୍ୟାସ କରିବା ସହ ଭଲିବଲ୍‌, ଟେନିସ୍‌, ବାସ୍କେଟବଲ୍ ଇତ୍ୟାଦି ଖେଳରେ ଯୋଗ ଦେଇଥିଲେ । ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

   Related Posts