ଅବଳ ଦୁର୍ବଳା ନୁହେଁ -ସିଏ କେବଳ ପୁଅଙ୍କ ପରି ସଫଳତାର ପାହାଚ ଚଢିପାରେ

Published By : Prameya-News7 Bureau | February 10, 2020 IST

ପଟ୍ଟାମୁଣ୍ଡାଇ ୧୦।୦୨ - ଅବଳ ଦୁର୍ବଳା ନୁହେଁ । ସିଏ କେବଳ ପୁଅଙ୍କ ପରି ସଫଳତାର ପାହାଚ ଚଢିପାରେ ତା ନୁହେଁ, ପ୍ରତିକୂଳ ପରିସ୍ଥିତିର ସାମ୍ନ କରି ଘର ଦାୟିତ୍ବ ସମ୍ଭାଳିପାରେ, ବାପା ମାଆଙ୍କ  ସହ ଅନ୍ୟ ଭାଇ ଭଉଣୀଙ୍କ ଦାୟିତ୍ବ ନିଜ କାନ୍ଧରେ ଉଠାଇପାରେ । ଶ୍ମଶାନ ଘାଟରେ ବାପା ମାଆଙ୍କୁ ମୁଖାଗ୍ନୀ ଦେବା ସହ ଶୁଦ୍ଧିକର୍ମ କରି ଅନ୍ୟମାନଙ୍କ ପାଇଁ ବି ଉଦାହରଣ ସୃଷ୍ଟି କରିପାରେ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କଳାବୁଦା ଗାଁର ମିନତୀ ପଣ୍ଡା । ଯୋଗେନ୍ଦ୍ର ପଣ୍ଡା ଏବଂ ଶାନ୍ତିଲତା ପଣ୍ଡାଙ୍କ ଝିଅ । ଗୋଟେ ବୋଲି ଭାଇ ନିଜ ପରିବାର ଧରି ରାଜ୍ୟ ବାହାରକୁ ଚାଲିଯିବା ପରେ ମିନତୀଙ୍କ ମୁଣ୍ଡରେ ବୋଝର ପାହାଡ । ପରିବାରର ସାନ ଝିଅ, କିନ୍ତୁ ହାରି ନଯାଇ ସବୁ ଦାୟିତ୍ବ ନେଇଥିଲେ ମୁଣ୍ଡକୁ । ବଡ ଦୁଇ ଭଉଣି କୁ ବାହା ଦେବା ସହିତ ବୁଢା  ବାପା ମା’ଙ୍କ ସେବା ସୁଶ୍ରୁଷା ମଧ୍ୟ କରିଆସୁଥିଲେ । ବାପା ଆର ପାରିକୁ ଚାଲି ଗଲେଣି । ରୋଗୀଣା ମାଆଙ୍କ କଥା ବୁଝୁ ବୁଝୁ ସମୟ ଯେ କେତେବେଳେ ଚାଲିଗଲା ତାହା ଜଣାପଡିଲାନି । ନିଜ ଭବିଷ୍ୟତ କଥା ଭୁଲିଗଲେ । ଏହାରି ଭିତରେ ଆଖି ବୁଜି ଦେଲେ ମାଆ । ମୁଖାଗ୍ନୀ ଦେବାକୁ  ଭାଇ ଆସିଲାନି । ନିଜେ ମିନତୀ ମାଆଙ୍କ ମୁଖାଗ୍ନୀ ଦେବା ସହ ସବୁ କ୍ରିୟା କର୍ମ କରିଛନ୍ତି ।  

କିପରି ଜଣେ ଝିଅ ନଦୀ କୂଳରେ ବସି ମାଆ ପଇଁ ଦଶାହ କର୍ମ କରୁଛନ୍ତି । ବ୍ରହ୍ମଣ ସହ ମନ୍ତ୍ର ଉଚାରଣ କରୁଛନ୍ତି, ପିଣ୍ଡ ପକାଉଛନ୍ତି । ଯେଉଁଠି ପୁଅ ଟିଏ ନିଜ କର୍ତ୍ତବ୍ୟ ଭୁଲି ଯାଉଛି, ବାପା ମାଆଙ୍କ ଦାୟିତ୍ବ ନେଉନି, ସେଠି ଝିଅଟେ ଆଗକୁ ଆସି ଏ ସବୁ କରି ସମାଜକୁ ଏକ ବାର୍ତ୍ତା ଦେଇଛି ନିଶ୍ବୟ । ସେଇଥି ପାଇଁ ତ ଆଖପାଖ ଲୋକେ କହୁଛନ୍ତି ଝିଅ ହବ ତ ମିନତୀ ଭଳି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.