ବହୁ ଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନରୁ ମିନାକ୍ଷୀ ମହାନ୍ତ ବିଜୟୀ
23/05/2019 at 4:35 PM

କେନ୍ଦୁଝର ୨୩|୫: ବହୁ ଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନରୁ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ମୁରଲୀ ଶର୍ମାଙ୍କୁ ପରାସ୍ତ କରିଛନ୍ତି । ଏଠାରେ କଂଗ୍ରେସ ଯଦୁମଣି ବାରିକ୍ଙ୍କୁ ପ୍ରାର୍ଥୀ କରିଥିଲା ।
ମିନାକ୍ଷୀ ବରିଷ୍ଠ ନେତା ସନାତନ ମାହାକୁଡଙ୍କ ସୁପାରିଶ କ୍ରମେ ବିଜେଡିରୁ ଟିକେଟ୍ ପାଇଥିଲେ । ୨୦୧୪ ନିର୍ବାଚନରେ ନିଜେ ସନାତନ ମାହାକୁଡ ସ୍ବାଧିନ ପ୍ରାର୍ଥୀ ଭାବେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ।