ବିମାନ ବନ୍ଦର ନିକଟରେ ରହୁଥିବା ଲୋକଙ୍କ ପାଇଁ ନିରାଶ ଜନକ ଖବର ! ୨୦୨୩ରେ ବି ମିଳିବନି 5ଜି ଇଣ୍ଟରନେଟ

Published By : Prameya-News7 Bureau | December 25, 2022 IST

ନୂଆଦିଲ୍ଲୀ: ବିମାନ ବନ୍ଦର ନିକଟରେ ବାସ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି । ଦେଶରେ ବିମାନ ବନ୍ଦର ଗୁଡିକ ପାଖରେ ବସବାସ କରୁଥିବା ଲୋକମାନେ 5ଜି ଇଣ୍ଟରନେଣ୍ଟ ସେବାର ଆନନ୍ଦ ନେଇପାରିବେ ନାହିଁ । ଭାରତରେ 5ଜି ନେଟୱର୍କର ଆରମ୍ଭ ୨୦୨୨ ଅକ୍ଟୋବରରେ ଆରମ୍ଭ ହୋଇଥିଲା । ଏହା 4ଜି ଏବଂ 3ଜି ଠାରୁ ଅଧିକ ସ୍ପିଡରେ କାମ କରିବ, କିନ୍ତୁ ଏବେ ବି କିଛି ଚିନ୍ତାର ସମାଧାନ ବାହାର କରିବାର ଅଛି ।

ଏହାସହ ଜଡିତ ବିଶେଷଜ୍ଞଙ୍କ କହିବା ଅନୁସାରେ, ବିମାନ ବନ୍ଦର ନିକଟରେ ଥିବା ଗ୍ରାହକ 5ଜି ସେବାର ବ୍ୟବହାର ବର୍ତ୍ତମାନ ସମୟରେ କରିପାରିବେ ନାହିଁ । ଏହିପରି ଗ୍ରାହକଙ୍କ ସଂଖ୍ୟା ଲକ୍ଷାଧିକ ରହିଛି । ଦୂରସଂଚାର ବିଭାଗ ନିକଟରେ ଏକ ଚିଠିରେ ଭାରତୀୟ ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ କମ୍ପାନିକୁ ଏକ ଚିଠି ପଠାଇଥିଲା । ଏହି ଚିଠିରେ ଭାରତୀୟ ବିମାନ ବନ୍ଦରର ୨.୧ କିଲୋମିଟର ପରିଧି ଭିତରେ ସି-ବ୍ୟାଣ୍ଡ 5ଜି ବେସ ଷ୍ଟେସନ ସ୍ଥାପନ ନ କରିବା ପାଇଁ କୁହାଯାଇଛି । ଏହି ସି-ବ୍ୟାଣ୍ଡ 5ଜି ଷ୍ଟେସନ ସମସ୍ୟା ସୃଷ୍ଟି କରିପାରେ ।

ଟେଲିକମ ବିଭାଗର କହିବା ଅନୁସାରେ, ବିମାନର ରେଡିଓ (ରଡାର) ଅଲ୍ଟିମିଟର ସହ ଉଡାଣ ଭରିବା ଏବଂ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାକୁ ଏଡାଇବା ପାଇଁ ପାଇଲଟ ସମ୍ପୂର୍ଣ୍ଣ ରୂପେ ରେଡିଓ (ରଡାର) ଅଲ୍ଟିମିଟର ଉପରେ ନିର୍ଭର ରହିଥାନ୍ତି । ଏଥିରେ କୁହାଯାଇଥିଲା ଯେ ଟେଲିକମ ସର୍ଭିସ ପ୍ରୋଭାଇଡରଙ୍କୁ ପରାମର୍ଶ ଦିଆଯାଉଛି ଯେ ରନୱେର ଉଭୟ ପାର୍ଶ୍ୱରେ ୨୧୦୦ ମିଟର ଏବଂ ରନୱେର ମଧ୍ୟ ରେଖାରୁ ୯୧୦ ମିଟିର ଅଞ୍ଚଳରେ ୩୩୦୦-୩୬୭୦ ମେଗାହର୍ଜରେ କୌଣସି 5ଜି ବେସ ଷ୍ଟେସନ ରହିବ ନାହିଁ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.