scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ଚାରି ମାସରେ ବିକ୍ରି ନହେଲେ ବରବାଦ ହୋଇଯିବ କୋଟି କୋଟି ଭ୍ୟାକ୍ସିନ ଡୋଜ୍, କାହିଁକି ମିଳୁନି ନୂଆ ଅର୍ଡର ?

13/06/2022 at 5:11 PM

ନୂଆଦିଲ୍ଲୀ: କରୋନା ମହାମାରୀ ବିରୁଦ୍ଧ ଲଢେଇ ଏବେ ବି ଜାରି ରହିଛି । ଭାରତରେ କରୋନା ସଂକ୍ରମଣର ନୂଆ ମାମଲାରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି । କରୋନାର ଦୈନିକ ମାମଲା ସଂଖ୍ୟା ଗତ ଏକ ମାସ ତୁଳନାରେ ଦ୍ୱିଗୁଣରୁ ଅଧିକ ହୋଇଛି । ହଠାତ ମାମଲାରେ ବୃଦ୍ଧି ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଅନ୍ୟପଟେ ଦେଶରେ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ତେବେ ଏହାରି ଭିତରେ କୋଭିଡ ୧୯ ଟିକାର ଚାହିଦା ହ୍ରାସ ଯୋଗୁଁ ଭ୍ୟାକ୍ସିନର କୋଟି କୋଟି ଡୋଜ୍ ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ନଷ୍ଟ ହୋଇଯିବ।

ଅମର ଉଜାଲାର ରିପୋର୍ଟ ଅନୁସାରେ, ଭାରତ ବାୟୋଟେକ ପରି କମ୍ପାନି ଗୁଡିକୁ ନିଜର ଷ୍ଟକ୍ ବିକ୍ରି କରିବା ପାଇଁ ଗତ କିଛି ମାସରୁ ଘରୋଇ ହସ୍ପିଟାଲ ଗୁଡିକ ସହ ସକ୍ରିୟତା ସହ କାମ କରୁଛନ୍ତି । କମ୍ପାନି ଏକ୍ସପାୟର ହୋଇଯାଇଥିବା ଡୋଜ ପରିବର୍ତ୍ତେ ଟିକାର ନୂଆ ଡୋଜ ଯୋଗାଉଛି । ତେବେ କୋଭାକ୍ସିନର କେତେ ଡୋଜର ବ୍ୟବହାରିକ ଅବଧି(expiry date) ଶେଷ ହେବାକୁ ଯାଉଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂତ୍ର ଅନୁସାରେ, ପୁନେର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନିକଟରେ କୋଭିଶିଲ୍ଡର ପ୍ରାୟ ୨୦ କୋଟି ଡୋଜ ଷ୍ଟକ୍ ରହିଛି। ଏହି ସବୁକୁ ଡିସେମ୍ୱରରେ ନିର୍ମାଣ କରାଯାଇଥିଲା ଯାହା ଆସନ୍ତା ସେପ୍ଟେମ୍ୱରରେ ଏକ୍ସପାୟର ହୋଇଯିବ । ଯଦି କମ୍ପାନି ଏହି ସବୁ ଡୋଜକୁ ବିକ୍ରି କରିବାରେ ବିଫଳ ହୁଏ ତେବେ ଏହି ସବୁକୁ ନଷ୍ଟ କରିବାକୁ ପଡିବ । ତେବେ ସିରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହା ଉପରେ କୌଣସି ବୟାନ ଦିଆଯାଇନାହିଁ । କିନ୍ତୁ ଗତ ମାସରେ ଡାଭୋସରେ ବିଶ୍ୱ ଆର୍ଥିକ ମଞ୍ଚକୁ ସମ୍ୱୋଧିତ କରି କମ୍ପାନିର ସିଇଓ ଆଦର ପୁନାୱାଲା ସଂକେତ ଦେଇଥିଲେ ଯେ, କମ୍ପାନିର ଅତି କମରେ ୨୦ କୋଟି ଡୋଜ ନଷ୍ଟ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ, କୋଭାକ୍ସିନର ବ୍ୟବହାରିକ ଅବଧି ୧୨ ମାସ ଥିବାବେଳେ କୋଭିଶିଲ୍ଡ ୯ ମାସରେ ଏକ୍ସପାୟର ହୋଇଯାଏ । ଭାରତରେ ଟିକାକରଣରେ ପ୍ରାୟ ୮୦ କୋଟି ଡୋଜ କୋଭିଶିଲ୍ଡର ଦିଆଯାଇଛି ।

ବୈଶ୍ୱିକ ସ୍ୱାସ୍ଥ୍ୟ ବିଶ୍ଲେଷଣ କମ୍ପାନି ଏୟର ଫିନିଟୀ ଅନୁସାରେ ଗତ ବର୍ଷ ଜି-୭ ଦେଶରେ କୋଭିଡ-୧୯ ଟିକାର ପ୍ରାୟ ୨୪.୧ କୋଟି ଡୋଜ ବ୍ୟବହାରିକ ଅବଧି ଶେଷ ହୋଇଯିବାରୁ ନଷ୍ଟ ହୋଇଥିଲା।

   Related Posts