ବିଜୁଳି କନେକ୍ସନ କାଟି ମ୍ୟୁଜିୟମରୁ କୋଟି କୋଟି ଡଲାରର ସମ୍ପତ୍ତି ଚୋରି କଲେ ଲୁଟେରା

Published By : Prameya-News7 Bureau | November 26, 2019 IST

ବର୍ଲିନ୍ ୨୬/୧୧: ଜର୍ମାନୀର ସଂଗ୍ରହାଳୟରେ ଲୁଟେରାମାନେ ଗତକାଲି ବିଦ୍ୟୁତ୍ କାଟି କୋଟି କୋଟି ଡଲାରର ସମ୍ପତ୍ତି ଲୁଟ୍ କରିଛନ୍ତି। ଲୁଟ୍ କରିଥିବା ଜିନିଷଗୁଡ଼ିକ ମଧ୍ୟରେ ସେକ୍ସନ୍ ରାଜାମାନଙ୍କ ଐତିହାସିକ କଳାକୀର୍ତ୍ତି ସହ ବହୁ ମୂଲ୍ୟବାନ୍ ଗହଣା ରହିଛି।

ସୂଚନା ଅନୁଯାୟୀ ଲୁଟେରମାନେ ଡ୍ରେସଡେନ୍ ସ୍ଥିତ ଓଲ୍ଡ ଆଣ୍ଡ ନ୍ୟୁ ଗ୍ରୀନ୍ ଓ୍ବାଲ୍ଟ ନାମକ ମ୍ୟୁଜିୟମର ଗ୍ରୀନ୍ ଓ୍ବାଲ୍ଟ ରୁମରୁ ଲୁଟ୍ କରିଥିଲେ। ସଂଗ୍ରହାଳୟର ସବୁଠୁ ମୂଲ୍ୟବାନ୍ କଳାକୀର୍ତ୍ତି ଏହି ରୁମରେ ଥିଲା। ଲୁଟେରାମାନେ ପାଖାପାଖି ୩୦୦୦ ପୁରାତନ ବସ୍ତୁ ଚୋରି କରିଥିଲେ। ଏହି ସବୁ ଜିନିଷଗୁଡ଼ିକ ମଧ୍ୟରେ ଗହଣା,ସୁନା ନିର୍ମିତ ବସ୍ତୁ,କ୍ରିଷ୍ଟାଲ ଏବଂ ହୀରା ଥିଲା।

ଏହି ସବୁ ଜିନିଷ କିଙ୍ଗଡମ୍ ଅଫ ସେକ୍ସୋନିର ସପ୍ତଦଶ ଶତାବ୍ଦୀର ଶାସକ ଅଗଷ୍ଟ ଦ ଷ୍ଟ୍ରଙ୍ଗଙ୍କର ଥିଲା। ଏହି ରୁମ୍ ସଂଗ୍ରହାଳୟର କେନ୍ଦ୍ରବିନ୍ଦୁ ,ଯାହାକୁ ଷ୍ଟେଟିସିଲେ କୁସ୍ତସମ୍ମଙ୍ଗୁଗେନଙ୍କ ନାମରେ ଜଣାଯାଏ। ଲୁଟେରାମାନେ ଏଠାରେ ପଶିବା ପୂର୍ବରୁ ପ୍ରଥମେ ରୁମର ବିଜୁଳି କାଟି ଦେଇଥିଲେ। ଏହା ପରେ ସେ ଭିତରକୁ ପଶିଥିଲେ ଏବଂ ସେମାନେ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇପାରିନଥିଲେ।

ଏହା ମଧ୍ୟ କୁହାଯାଇଛି ଯେ ସମସ୍ତଙ୍କ ଧ୍ୟାନ ହଟାଇବା ପାଇଁ ଜାଣିଣୁଣି ଗତକାଲି ମ୍ୟୁଜିୟମ ନିକଟରେ ନିଆଁ ମଧ୍ୟ ଲଗାଇ ଦିଆଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀଙ୍କୁ ମଧ୍ୟ ଡକାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.