ଫ୍ରିଜ୍ରୁ ମିଳିଲା ବିଜନେସ୍ମ୍ୟାନ୍ଙ୍କ ଖଣ୍ଡବିଖଣ୍ଡିତ ମୃତଦେହ, ଆରିରେ କାଟି ଖଣ୍ଡ ଖଣ୍ଡ କରିଥିଲା ଦୁର୍ବୁତ୍ତ
12/07/2023 at 2:55 PM

ନୂଆଦିଲ୍ଲୀ ୧୨।୭: ଫ୍ରିଜ୍ରୁ ଉଦ୍ଧାର ହେଲା ବିଜନେସ୍ମ୍ୟାନ୍ଙ୍କ ଖଣ୍ଡବିଖଣ୍ଡିତ ଶରୀର । ଆରିରେ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ଭର୍ତ୍ତି କରିଥିଲା ଦୁର୍ବୁତ୍ତ । ଏହି ମାମଲାଟି ହେଉଛି ଥାଇଲାଣ୍ଡର । ଡେଲିମେଲ୍ ରିପୋର୍ଟ ଅନୁସାରେ, ଗତ ସୋମବାର ୬୨ ବର୍ଷୀୟ ଜର୍ମାନ୍ ରିୟଲ୍ ଇଷ୍ଟେଟ୍ ଟାଇକୁନ୍ ହାନ୍ସ ପିଟର ୱାଲଟର ମାକ୍ଙ୍କ ମୃତଦେହ ପୋଲିସକୁ ମିଳିଥିଲା । ତାଙ୍କୁ କେହି କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରି ଫ୍ରିଜରେ ରଖିଦେଇଥିବା ପୋଲିସ ଅନୁମାନ କରୁଛି । ସପ୍ତାହେ ଧରି ନିଖୋଜ ଥିବା ବିଜ୍ନେସ୍ମ୍ୟାନ୍ଙ୍କର ଏକ ଆପାର୍ଟମେଣ୍ଟରୁ କାର୍ ମିଳିବା ପରେ କୋଟିପତିଙ୍କୁ ଖୋଜିବାରେ ସଫଳ ହୋଇଥିଲା ପୋଲିସ ।

ଖବର ଅନୁଯାୟୀ ପଟ୍ଟୟା ସହରର ଏକ ଭଡ଼ା ଘରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏକ ଫ୍ରିଜର୍ରେ ତାଙ୍କ ମୃତଦେହ ରଖାଯାଇଥିଲା । ଘଟଣାସ୍ଥଳରୁ ଏକ ଅଟୋମେଟିକ୍ ଆରି, ଦଉଡ଼ି, ଭ୍ୟାକୁମ୍ କ୍ଲିନର୍, ପାଣି ବୋତଲ ଆଦି ଜବତ ହୋଇଛି । ମୃତଦେହକୁ ଦେଖି ପିଟରଙ୍କୁ ନୃସଂଶ ଭବେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ତାଙ୍କ ମୁଣ୍ଡ, ହାତ, ଗୋଡ଼ ଶରୀରରୁ ଅଲଗା କରି କାଟିଦିଆଯିବା ପରେ ଶରୀର ଖଣ୍ଡଗୁଡ଼ିକୁ ପ୍ଲାଷ୍ଟିକ୍ ପଲିଥିନ୍ରେ ପଶାଇ ଭ୍ୟାକ୍ୟୁମ୍ କ୍ଲିନର୍ ସାହାଯ୍ୟରେ ସିଲ୍ କରାଯାଇ ଫ୍ରିଜର୍ରେ ରଖାଯାଇଥିଲା ।

ସୂଚନା ଅନୁଯାୟୀ, ଜୁଲାଇ ୪ ତାରିଖରୁ ପିଟର ନିଖାଜ ଥିଲେ । ତାଙ୍କ ପତ୍ନୀଙ୍କ କହିବାନୁସାରେ, ସେଦିନ ତାଙ୍କ ପତ୍ନୀ ଏକ ଜରୁରୀ ମିଟିଙ୍ଗ୍କୁ ବାହାରିଯାଇଥିଲେ । ଘରକୁ ଫେରିବା ପରେ ପିଟର ଘରେ ନଥିବା ସେ ଦେଖିବାକୁ ପାଇଥିଲେ । ବସୁଲି ଗ୍ୟାଙ୍ଗ୍ ପିଟରଙ୍କୁ ଅପହରଣ କରି ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । କାରଣ ହତ୍ୟା ପୂର୍ବରୁ ପିଟରଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଉଠାଯାଇଥିବା ସୂଚନା ମିଳିଛି । ସମ୍ପତ୍ତି ମାମଲାକୁ ନେଇ ଏଭଳି ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ମୃତହେହକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି ।

ଜଣେ ଦମ୍ପତ୍ତି ତାଙ୍କ ପଡ଼ୋଶୀ ଘରେ ଦୁଇ ଜଣ ଲୋକ ଏକ ବଡ଼ ଫ୍ରିଜର୍ ଆଣିଥିବା ଦେଖିଥିଲେ । ଏହା ଦେଖି ତାଙ୍କୁ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ପରେ ସେହି ବିଲ୍ଡିଂର ପାର୍କିଂରେ ପିଟରଙ୍କ ମର୍ସିଡିଜ୍ କାର୍ ଦେଖିବାକୁ ପାଇଥିଲେ । ଏହାପରେ ସେହି ବିଲ୍ଡିଂର ଏକ ରୁମ୍ରେ ଏକ ପ୍ରିଜର୍ରୁ ପିଟରଙ୍କ ମୃତଦେହ ଜବତ କରିଥିଲେ ।
You Can Read: