Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ସଂସଦ କ୍ୟାଣ୍ଟିନ୍‌ରେ ମିଳିବ ମିଲେଟ୍‌ ପ୍ରସ୍ତୁତ ଖାଦ୍ୟ, ‘ମନ୍‌ କି ବାତ୍‌’ରେ ଉପାଦେୟତା ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ

30/01/2023 at 9:59 PM

ନୂଆଦିଲ୍ଳୀ, ୩୦/୦୧: ସଂସଦରେ ମିଳିବ ମିଲେଟ୍‌ ପ୍ରସ୍ତୁତ ଖାଦ୍ୟ। ଏଣିକି ସଂସଦରେ ମିଳିବ ମାଣ୍ଡିଆ, ବାଜରାରେ ଇତ୍ୟାଦି ପ୍ରସ୍ତୁତ ଖାଦ୍ୟ। ଯଅ (ଜଓ୍ବାର) ପ୍ରସ୍ତୁତ ଉପମା, ରାଗୀ ଦୋଷା, ବାଜରାର ଟିକ୍କି, ଖେଚୁଡ଼ି ଭଳି ମିଲେଟ୍‌ରୁ ତିଆରି ଏହି ସବୁ ଖାଦ୍ୟ ଏବେ ଲୋକସଭା କ୍ୟାଣ୍ଟିନରେ ମିଳିବ।

ମିଲେଟ୍‌ର ବ୍ୟବହାରକୁ ସରକାର ପ୍ରୋତ୍ସାହିତ କରୁଥିବାବେଳେ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ରାଗୀ, ଜଓ୍ବାର, ବାଜରା, ଆଦିରେ ପ୍ରସ୍ତୁତ ଖାଦ୍ୟ ସଂସଦ କ୍ୟାଣ୍ଟିନ୍‌ରେ ପରଷାଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ଜାନୁଆରୀରୁ ୩୧ ରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେଉଥିବାବେଳେ ସାଂସଦ, କର୍ମଚାରୀ ଏବଂ ଦର୍ଶକଙ୍କ ପାଇଁ ବଜେଟ୍‌ ଅଧିବେଶନରେ ଏହା ଉପଲବ୍ଧ ହେବ।

ଦେଶର କୋଣ ଅନୁକୋଣରେ ମିଲେଟ୍‌ ଦ୍ବାରା ପ୍ରସ୍ତୁତ ହେଉଥିବା ଖାଦ୍ୟ ଲୋକସଭାର କ୍ୟାଣ୍ଟିନ୍‌ରେ ଉପଲବ୍ଧ ହେବ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ ମିଲେଟ୍‌ର ଉପାଦେୟତା ବିଷୟରେ କହିଥିଲେ। ଗତ ବର୍ଷ ଶୀତ ଅଧିବେଶନ ସମୟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସଂସଦରେ ମିଲେଟ୍‌ରେ ତିଆରି ଏକ ଲଞ୍ଚର ଆୟୋଜନ କରିଥିଲେ।

ସୂଚନାଯୋଗ୍ୟ, ମିଳିତ ଜାତିସଂଘ ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଘୋଷଣା କରିଛନ୍ତି। ତେବେ ଏହି ବ୍ୟବସ୍ଥା ପରେ ସାଂସଦ, କର୍ମଚାରୀ ଏବଂ ସାକ୍ଷାତ କରିବାକୁ ଆସୁଥିବା ବ୍ୟକ୍ତି ଏହି ମିଲେଟ୍‌ରେ ତିଆରି ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ। ଭାରତର ପାରମ୍ପାରିକ ଶସ୍ୟ ଭାବରେ ବିବେଚନା କରାଯାଏ ଏବଂ ବିଭିନ୍ନ ଉପାୟରେ ଏହାର ସ୍ୱାସ୍ଥ୍ୟ ପାଇଁ ଥିବା ଉପକାରିତା ପାଇଁ ଜଣାଶୁଣା। ଫଳରେ ଏହାକୁ ପରିବେଷଣ କରିବାର ପଦକ୍ଷେପ ନିଆଯାଇଛି।

   Related Posts