କୋରାପୁଟରେ ପାଳନ ହେଲା ମାଣ୍ଡିଆ ଦିବସ; ସମ୍ମାନୀତ ହେଲେ ମାଣ୍ଡିଆ ଚାଷୀ

Published By : Prameya-News7 Bureau | November 10, 2022 IST

କୋରାପୁଟ ୧୦/୧୧: କୋରାପୁଟରେ ପ୍ରଥମ ମାଣ୍ଡିଆ ଦିବସ ପାଳନ କରାଯାଇଛି। କୋରାପୁଟ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଲ ଅବଦ୍ଦାଲ ଏମ ଅଖତର ଓ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ।

ମାଣ୍ଡିଆକୁ ନିତିଦିନିଆ ଖାଦ୍ୟରେ ସ୍ଥାନ ଦେବାକୁ ଜିଲ୍ଲାପାଳ ଉପସ୍ଥିତ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ପୁଷ୍ଟିଶସ୍ୟ ଚାଷକୁ ମଧ୍ୟ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ ଦେଇଥିଲେ। ମାଣ୍ଡିଆକୁ ପୂର୍ବରୁ ଗାଁ ଲୋକମାନେ ଖାଉଥିଲେ କିନ୍ତୁ ବର୍ତ୍ତମାନ ସହର ଲୋକେ ମଧ୍ୟ ମାଣ୍ଡିଆ ଖାଦ୍ୟ ଖାଉଥିବା ବିଧାୟକ କହିଛନ୍ତି।ରାଜ୍ୟରେ ମାଣ୍ଡିଆ ଚାଷର ପ୍ରସାର ଓ ଉତ୍ପାଦନ ବଢ଼ାଇବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଣ୍ଡିଆ ଦିବସ ପାଳନ କରିବାକୁ ଘୋଷଣା କରିଥିବାରୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ ହୋଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମାଣ୍ଡିଆରେ ପ୍ରସ୍ତୁତ ସୁସ୍ଵାଦ୍ୟ ଖାଦ୍ୟର ବେସ ଉପଭୋଗ କରିଥିଲେ। ଏହି ଅବସରରେ ଜିଲ୍ଲାର କିଛି ମାଣ୍ଡିଆ ଚାଷୀମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.