oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ମଣ୍ଡିରେ ମିଲରଙ୍କ ଦବଦବା, ଅଧିକ ଧାନ କଟନିକୁ ପ୍ରତିବାଦ କରିବାରୁ ଚାଷୀଙ୍କୁ ମାଡ, ସେପଟେ ସମବାୟ ମନ୍ତ୍ରୀଙ୍କ ଆଭିମୁଖ୍ୟ ଉପରେ ଉଠିଲା ପ୍ରଶ୍ନ

12/12/2020 at 6:47 PM

ସମ୍ବଲପୁର ୧୨।୧୨: ଧାନ ମଣ୍ଡିରେ କଟନି ଛଟନିର ପ୍ରତିବାଦ କରିବାରୁ ଚାଷୀଙ୍କୁ  ମିଲରଙ୍କ ଆକ୍ରମଣ । ସମ୍ବଲପୁରରେ ଏପରି ଘଟଣା ଘଟିଛି। ଅଧିକ ଧାନ କଟନି କରିବାକୁ ମିଲର ଦାବି କରୁଥିବାବେଳେ ଚାଷୀ ଏହାର ପ୍ରତିବାଦ କରିବାରୁ ମିଲର ଚାଷୀଙ୍କୁ ଆକ୍ରଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଧାନମଣ୍ଡିରେ   ମିଲରଙ୍କ ଦବଦବାକୁ ପଦାରେ ପକାଇଛି। ସେପଟେ ଧାନ କ୍ରୟ ସଂପର୍କୀତ ଚାଷୀଙ୍କ ପ୍ରଶ୍ନର ଉତ୍ତର ସୋସିଆଲ ମିଡିଆରେ ସମବାୟ ମନ୍ତ୍ରୀ ଦେବେ ଓ ଏଥିପାଇଁ ଚାଷୀଙ୍କଠୁ ପ୍ରଶ୍ନ ମାଗିଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ଧାନ ମଣ୍ଡିରେ ଚାଷୀଙ୍କୁ ମାରିଲେ ମିଲର। ଏମିତି ଅଭିଯୋଗ ଆସିଛି ସମ୍ବଲପୁରରୁ। କଟନି ଛଟନିର ପ୍ରଦିବାଦ କରିବାରୁ ଚାଷୀଙ୍କୁ ମିଲର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଧାନ ମଣ୍ଡିରେ ମିଲରଙ୍କ ପ୍ରଭାବ କେତେ ଏହା ଆଉ ଏକ ଉଦାହରଣ।  କଟନି ଛଟନି ନାଁରେ ଚାଷୀଙ୍କୁ ମିଲର ମାନେ ଠକୁଥିବା ଅଭିଯୋଗ ତ ଆସୁଥିଲା। ଏବେ ଏହାର ବାସ୍ତବତା ସାମ୍ନାକୁ ଆସିଛି। କଟନି ଛଟନିକୁ ବିରୋଧ କରିବାରୁ ମିଲ କର୍ମଚାରୀ ଚାଷୀଙ୍କୁ ମାଡମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗତକାଲିଠାରୁ ଟାମ୍ପରକେଲାର ବିଭୂତି ପ୍ରଧାନ ଧାନ ଆଣିଥିବା ବେଳେ ତାହା ଅନଲୋଡ ହୋଇନଥିଲା। ଆଜି ଅନଲୋଡ ହେବା ପରେ ଅଧିକ ମଏସଚର ବାହାରିବାରୁ କଟନି ଛଟନି ହେବ ବୋଲି ମିଲର ତାଗିଦ କରିଥିଲେ। ଯାହାକୁ ବିଭୁତି ବିରୋଧ କରିଥିଲେ।  ଫଳରେ ମିଲ୍ କର୍ମଚାରୀ ବିଭୂତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଖାରୁ ଧାନ ବାହାର କରିବା ପାଇଁ ଥିବା ବମା ଧରି ଆକ୍ରମଣ କରିଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ତେବେ ଘଟଣା ଘଟିବା ପରେ ଚାଷୀମାନେ ସମ୍ବଲପୁର ବୈଜାମୁଣ୍ଡାସ୍ଥିତ ସମଲେଶ୍ବରୀ ଗ୍ରାମୋଦ୍ୟୋଗ ରାଇସ ମିଲ ବାହାରେ ଧାରଣାରେ ବସିଲେ ଚାଷୀ। ସେପଟେ ଏହାକୁ ଖଣ୍ଡନ କରିଛନ୍ତି ମିଲ୍ ମାଲିକ।

ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ,ସାମ୍ନାକୁ ଆସିଛନ୍ତି ନିଜେ ସମବାୟ ମନ୍ତ୍ରୀ। ଧାନ ବିକ୍ରି ସଂପର୍କୀୟ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ନିଜ ଆଡୁ ଘୋଷଣା କରିଛନ୍ତି।  ଧାନ ସଂଗ୍ରହ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ଥିଲେ ସୋସିଆଲ ମିଡିଆରେ ସିଧାସଳଖ ପ୍ରଶ୍ନ କରିହାକୁ ଆହ୍ବାନ ଦେଇଛନ୍ତି। ଡିସେମ୍ବର ୧୯ ତାରିଖ ସୁଦ୍ଧା ଫେସବୁକ ପେଜ କିମ୍ବା ଟ୍ବିଟର ପେଜ୍ ହାସଟ୍ୟାଗ ଆସ୍କ ଓଡ଼ିଶା ଫୁଡ ମିନିଷ୍ଟରରେ(#askodishafood minister) ଜଣାଇବାକୁ ମନ୍ତ୍ରୀ କହିଛନ୍ତି।

ଆସନ୍ତା ଡିସେମ୍ବର ୨୨ ତାରିଖ ଅପରାହ୍ନ ୩ଟା ସମୟରେ ଫେସବୁକ ଲାଇଭ ମାଧ୍ୟମରେ ମନ୍ତ୍ରୀ ସମସ୍ୟା ଏବଂ ତାର ନିରାକରଣ ପାଇଁ ପ୍ରଶ୍ନର ଉତ୍ତର ଦେବେ । ସେପଟେ ମନ୍ତ୍ରୀଙ୍କ ଏଭଳି କାଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପଶ୍ଚିମ ଓଡ଼ିଶାରେ ସବୁଠି କାହିଁକି ମଣ୍ଡି ଖୋଲିନି , ରାଜ୍ୟର  ୩ ହଜାର ୫ ଶହ ମଣ୍ଡିର ଅବସ୍ଥା କଣ, ମିଲରମାନେ ଧାନ କିଣାରେ କାହିଁକି ହସ୍ତକ୍ଷେପ କରୁଛନ୍ତି?  ଏସବୁର ଜବାବ ରଖିବାକୁ ଦାବି କରିଛି ବିଜେପି।

ଧାନ ସଂଗ୍ରହରେ ମିଲରଙ୍କ ହସ୍ତେକ୍ଷପ ରୋକିବା ସହ ସ୍ଵଚ୍ଛତା ଆଣିବାକୁ  ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଏସବୁ ସତ୍ତ୍ଵେ କେଉଁଠି କଟନି ଛଟନି ନାଁରେ ଚାଷୀ ଶୋଷଣର ଶିକାର ହେଲେଣି ତ କେଉଁଠି ଆକ୍ରମଣର ଶିକାର ହେଲେଣି।

   Related Posts