ଆଉ ୨ ଟଙ୍କା ମହଙ୍ଗା ହେଲା କ୍ଷୀର, ଅମୂଲ ଏବଂ ମଦର ଡାଏରୀ ବଢାଇଲେ ଦାମ୍

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ: ମହଙ୍ଗା ମାଡରେ କଲବଲ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା। ଆଉ ଦୁଇ ଟଙ୍କା ବଢିବ ଅମୂଲ ଏବଂ ମଦର ଡାଏରୀର କ୍ଷୀର ପକେଟ୍ ଦାମ। ନୂତନ ଦର ଅଗଷ୍ଟ ୧୭ରୁ ଲାଗୁ ହେବ। ସେମିତିରେ କ୍ଷୀର ଦାମ ପୂର୍ବରୁ ମହଙ୍ଗା ଥିଲା। ପୁଣି ଥରେ ଦାମ ବଢିବା ଲୋକଙ୍କ ରୋଷେଇ ଘରର ବଜେଟ୍‌କୁ ଆହୁରି ବିଗାଡିବ।

ଏହା ପୂର୍ବରୁ ମଦର ଡାଏରୀ ମାର୍ଚ୍ଚ ୭ରେ ଲିଟିକିଆ କ୍ଷୀର ପକେଟ୍‌ର ଦାମ ୨ ଟଙ୍କା ବଢାଇଥିଲା। ଗୁଜରାଟ କପୋରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ଅମୂଲ ବ୍ରାଣ୍ଡରେ କ୍ଷୀର ଏବଂ ଡାଏରୀ ପ୍ରକ୍ଟରର ଦୁଗ୍ଧ ସାମଗ୍ରୀ ବିକ୍ରି କରିଥାନ୍ତି। ଏବେ ଅମୂଲ ଏବଂ ମଦର ଡାଏରୀ ବୁଧବାରଠୁ ଲିଟର ପିଛା କ୍ଷୀରର ମୂଲ୍ୟ ୨ ଟଙ୍କା ବଢାଇବାକୁ ଘୋଷଣା କରିଛି। କଞ୍ଚାମାଲର ଦାମ ବଢିବାରୁ କ୍ଷୀର ମୂଲ୍ୟ ବଢାଯାଉଥିବା କମ୍ପାନୀ କହିଛି।

ଏବେ ୫୦୦ ମିଲିମିଟର ଅମୂଲ ଗୋଲ୍ଡର ମୂଲ୍ୟ ୩୧ ଟଙ୍କା ହୋଇଯିବ। ସେହିପରି ଅମୂଲ ତାଜାର ୫୦୦ ମିଲିମିଟର ପ୍ୟାକେଟ୍ ଏବେ ଗ୍ରାହକଙ୍କୁ ୨୫ ଟଙ୍କା ପଡିବ। ୫୦୦ ମିଲିମିଟର ଅମୂଲ ଶକ୍ତିର ପ୍ୟାକେଟ୍ ୨୮ ଟଙ୍କାରେ ମିଳିବ।  ଏହିପରି ବୁଧବାରଠୁ ମଦର ଡାଏରୀର ଏକ ଲିଟର କ୍ଷୀର ପ୍ୟାକେଟ୍‌ର ଦାମ ୬୧ ଟଙ୍କାରେ ବିକ୍ରି ହେବ। ଟୋଣ୍ଡ କ୍ଷୀର ୫୧ ଟଙ୍କା ଏବଂ କାଓ ମିଲ୍କର ଲିଟର ପିଛା ଦର ୫୩ ଟଙ୍କା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.