LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପହିଲାରୁ ବଦଳିଲା ଅନେକ ନିୟମ, ଜାଣନ୍ତୁ ଲିଷ୍ଟରେ କଣ କ’ଣ ରହିଛି ସାମିଲ…

1/03/2023 at 1:42 PM

ନୂଆଦିଲ୍ଲୀ ୦୧।୦୩ : ମାର୍ଚ୍ଚ ୧ ଅର୍ଥାତ୍ ଆଜିଠାରୁ ବଦଳିଛି ଅନେକ ନିୟମ । ଏହାର ପ୍ରଭାବ ସାଧାରଣ ଜନତାଙ୍କ ପକେଟରେ ଉପରେ ପଡିବ ।  ଯାହା ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ୟାସଠାରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି ।  ଆସନ୍ତୁ ଜାଣିବା ଆଜିଠାରୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ

୧. ମାର୍ଚ୍ଚରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ?

ଆଜିଠାରୁ ମାର୍ଚ୍ଚ ମାସ ଆରମ୍ଭ ହୋଇଛି ଏବଂ ଅନେକ ନିୟମ ମଧ୍ୟ ବଦଳି ଯାଇଛି   ଏହି ମାସରେ ହୋଲି ଏବଂ ନବରାତ୍ରୀ ଭଳି ଅନେକ ପର୍ବ ପାଳନ କରାଯିବ ଯେଉଁ କାରଣରୁ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଛୁଟିଦିନ ବିଷୟରେ ଅଧିକ ଜାଣିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର https://rbi.org.in/Scriptts/HolidayMatrixDisplay.aspx ଅଫିସିଆଲ୍ ସାଇଟ୍ କୁ ଯାଇ ଚେକ୍ କରିପାରିବେ ।

.ମହଙ୍ଗା ହେବ ବ୍ୟାଙ୍କ ଋଣ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ରେପୋ ରେଟ୍ ବୃଦ୍ଧି କରିଛି, ଯେଉଁ କାରଣରୁ ଅନେକ ବ୍ୟାଙ୍କ ମଧ୍ୟ ସେମାନଙ୍କର MCLR ବୃଦ୍ଧି କରିଛନ୍ତି । ଯ।ହାର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡିବ । ଯେଉଁଥିରେ ଗୃହ ଋଣ, କାର ଋଣ, ଶିକ୍ଷା ଋଣ ବୃଦ୍ଧି ପାଇବ

୩. ଟ୍ରେନ ସମୟରେ ପରିବର୍ତ୍ତନ

ଭାରତୀୟ ରେଳବାଇ ମଧ୍ୟ ଟ୍ରେନ୍ ସମୟରେ ପରିବର୍ତ୍ତନ ଆଣିଛି । ଆଜିଠାରୁ ରେଳବାଇ ଏହାର ୫୦୦୦ ମାଲବାହୀ ଟ୍ରେନ୍ ଏବଂ ହଜାର ହଜାର ଯାତ୍ରୀବାହୀ ଟ୍ରେନର ଟାଇମ୍ ଟେବୁଲରେ ଅନେକ ପରିବର୍ତ୍ତନ କରିଛି ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରନ୍ତି କିମ୍ବା ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଟ୍ରେନର ସମୟ ଯାଞ୍ଚ କରି ଯାତ୍ରା କରନ୍ତୁ ।

୪. ଗ୍ୟାସ୍ ସିଲିଣ୍ଡର ମହଙ୍ଗା

ହୋଲି ପୂର୍ବରୁ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିର ଆଉ ଏକ ଟକା ଲାଗିଛି । ଘରୋଇ ଗ୍ୟାସ କମ୍ପାନୀଗୁଡିକ ଦୀର୍ଘ ଦିନ ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି ।

୫.କ୍ଷୀର ଦର ବୃଦ୍ଧି  

ଆଜିଠାରୁ ମୁମ୍ବାଇରେ ଲିଟର ପିଛା କ୍ଷୀରର ଦାମ୍ ୫ ଟଙ୍କା ବୃଦ୍ଧି ପାଇଛି । ମଙ୍ଗଳବାର ମଧ୍ୟରାତ୍ରିରୁ ମୁମ୍ବାଇରେ ମଇଁଷି କ୍ଷୀରର ହୋଲସେଲ ଦାମ୍ ଲିଟର ପିଛା ଟଙ୍କା ବୃଦ୍ଧି ପାଇଛି ।

   Related Posts