ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଅରୁଣାଚଳ ପ୍ରଦେଶରେ ହେଲିକପ୍ଟର ‘ରୁଦ୍ର’ଦୁର୍ଘଟଣା : ତିନି ସପ୍ତାହରେ ଦ୍ୱିତୀୟ ଘଟଣା

21/10/2022 at 12:54 PM

ନୂଆଦିଲ୍ଲୀ ୨୧/୧୦ : ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଳାରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସିୟାଙ୍ଗ ଜିଲ୍ଳାରେ ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଗୌହାଟୀ ଡିଫେନ୍ସ ପିଆରଓ ଅନୁଯାୟୀ, ସେନା ହେଲିକପ୍ଟର ଟୁଟିଂ ଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ନିକଟରେ କ୍ରାସ୍ ହୋଇଛି । ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ଗମନାଗମନର ସୁବିଧା ମଧ୍ୟ ନାହିଁ । ଅବଶ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହେଲିକପ୍ଟରରେ ସେନାର ଦୁଇ ଯବାନ ରହିଥିବା ନେଇ କୁହାଯାଉଛି । ଏହି ହେଲିକପ୍ଟର ରାଜ୍ୟ ବାହାରୁ ଆସିଥିଲା । ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା।

ସୂଚନାଯୋଗ୍ୟ, ସେନାର ହେଲିକପ୍ଟର ରୁଦ୍ର ସେନାର ଲଢ଼ୁଆ ବିମାନ । ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଭାରତୀୟ ସେନା ପାଇଁ ନିର୍ମିତ କରାଯାଇଥିଲା । ତେବେ ଏଠାରେ କହି ରଖୁ ଯେ, ଗତ ତିନି ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ଅର୍ଥାତ୍ ଗତ ୩ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେଲାଣି ।

   Related Posts