ଯବାନଙ୍କ ଆକ୍ରମଣରେ ଯୁବକ ଗୁରୁତର; SPଙ୍କୁ ଭେଟି ନ୍ୟାୟ ମାଗିଲେ ପରିବାର

Published By : Prameya-News7 Bureau | January 02, 2023 IST

ବ୍ରହ୍ମପୁର ୦୨/୦୧: ସେନା ଯବାନଙ୍କ ଆକ୍ରମଣରେ ଜନୈକ ଯୁବକ ଗୁରୁତର। ସମ୍ପୃକ୍ତ ଯୁବକ ଏବେ ଏମକେସିଜି ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତୃତାକୁ ଏପରି ଝଗଡ଼ା ହୋଇଥିବା ଜଣାପଡ଼ିଛି। ଝଗଡ଼ା ଉଗ୍ରରୂପ ନେବାରୁ ଯବାନ ଜଣଙ୍କ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କୁହାଯାଇଛି। ଏପରି ଘଟଣା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିତାତଳି ଗାଁରେ ଦେଖିବାକୁ ମିଳିଛି। ଏନେଇ ଗାଁରେ ଏବେ ଚାପା ଉତ୍ତେଜନା ଲାଗି ରହିଛି। ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁତର ଯୁବକଙ୍କ ପରିବାର ଏସ୍‌ପିଙ୍କୁ ଭେଟି ନିବେଦନ କରିଛନ୍ତି।   

ଏହି ଘଟଣାରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଏସପି କହିଛନ୍ତି। ଜଣେ ଅତିରିକ୍ତ ଏସପିଙ୍କୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଛି। ଘଟଣାର ଅଧିକ ତଦନ୍ତ କରି ଆବଶ୍ୟକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଜଣାଇଛନ୍ତି। ଗାଆଁରେ ଶାନ୍ତି କମିଟି ଗଠନ କରି ସମାଧାନ କରିବାକୁ ଚେଷ୍ଠା କରାଯିବ ବୋଲି ଏସପି ଶ୍ରବଣା ବିବେକ ଏମ୍ କହିଛନ୍ତି। ସବୁଆଡ଼େ ଜିରୋ ନାଇଟ୍ ସେଲିବ୍ରେସନ ହେଉଥିବା ବେଳେ ପିତାତଳି ଗାଆଁରେ ଠେଙ୍ଗାବାଡ଼ିରେ ଆକ୍ରମଣ ହୋଇଥିଲା। ଠେଙ୍ଗାବାଡ଼ି ଧରି ଝଗଡ଼ା ସମୟର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.