ସେନା ସହ ଚାଲିଥିଲା ଗୁଳି ବିନିମୟ, ହଠାତ ଶୁଣିଲେ ମାଆ-ବାପାଙ୍କ ସ୍ୱର, ବନ୍ଧୁକ ଛାଡି ଆତ୍ମସମର୍ପଣ କଲେ ଆତଙ୍କବାଦୀ
6/07/2022 at 6:29 PM

କାଶ୍ମୀର: ଜାମ୍ମୁ କାଶ୍ମୀରର କୁଳଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଦକ୍ଷିଣ କାଶ୍ମୀରର କୁଳଗାମରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ନିକଟରେ ଏହି ଆତଙ୍କବାଦୀ ଲସ୍କର ଫ୍ରଣ୍ଟ-ଟିଆରଏଫ ଗ୍ରୁଫରେ ଭର୍ତ୍ତି ହୋଇଥିଲେ। ଦୁଇ ବର୍ଷ ପରେ ଏହା ପ୍ରଥମ ଘଟଣା ଯେତେବେଳେ କୌଣସି ଲାଇଭ୍ ଏନକାଉଣ୍ଟର ସମୟରେ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ତେବେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରାଇବା ପାଇଁ ତାଙ୍କ ମାଆ-ବାପାଙ୍କ ସାହାଯ୍ୟ ନେଇଥିଲେ ସୁରକ୍ଷାକର୍ମୀ।
କୁଳଗାମର ଏସଏସପି ଡା. ସନ୍ଦୀପ ଚୌଧୁରୀଙ୍କ ସୂଚନା ଅନୁସାରେ ହଦୀଗାମରେ ଆଜ୍ଞାତ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଏକ ସ୍ପେଶାଲ ଅପରେସନ ଆରମ୍ଭ କରାଯାଇଥିଲା। ଭାରତୀୟ ସେନା ଏବଂ ଜେକେପି ପକ୍ଷରୁ ମଙ୍ଗଳବାର ରାତିରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ତେବେ ଏହି ସମୟରେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରରୁ ଗୁଳି ଚଲାଇଥିଲେ।
ତେବେ ସ୍ଥାନୀୟ ଯୁବକମାନେ ଆତଙ୍କବାଦୀ ସଂଗଠନରେ ନୂଆ କରି ଭର୍ତ୍ତି ହୋଇଥିବା ସୁରକ୍ଷାକର୍ମୀ ଜାଣିବାକୁ ପାଇଥିଲେ। ପରିବାର ଲୋକେ ମଧ୍ୟ ଏମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଚାହୁଁଥିଲେ। ଏହି ଖବର ପରେ ସୁରକ୍ଷାକର୍ମୀ ଧୈର୍ଯ୍ୟ ଧରି ଗୁଳି ଚଳାଇବା ବନ୍ଦ କରିଥିଲେ । ଏହି ସମୟରେ ଆତଙ୍କବାଦୀ କିନ୍ତୁ ଗୁଳି ଚଳାଇବା ଜାରି ରଖିଥିଲେ। ଏପଟେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। ପରେ ଆତଙ୍କବାଦୀଙ୍କ ପରିବାରକୁ ଘଟଣାସ୍ଥଳକୁ ଅଣାଯାଇଥିଲା। ପରିବାର ଲୋକେ ମଧ୍ୟ ଆତ୍ମସମର୍ପଣ କରିବାକୁ ଅପିଲ କରିଥିଲେ।
#WATCH कुलगाम: एक माता-पिता ने आतंकी बने अपने बेटे से हथियार छोड़ आत्मसमर्पण करने का अनुरोध किया।
— ANI_HindiNews (@AHindinews) July 6, 2022
कुलगाम के हादिगाम इलाके में सुबह एक मुठभेड़ शुरू हुई जहां दो आतंकवादियों ने माता-पिता और पुलिस की अपील पर आत्मसमर्पण कर दिया। आपत्तिजनक सामग्री, हथियार और गोला-बारूद बरामद हुआ। pic.twitter.com/6kkt3sQLdf
ଶେଷରେ ବୁଧବାର ସକାଳେ ବହୁ ବାର ଅପିଲ କରିବା ପରେ ଦୁଇ ଆତଙ୍କୀ ଆତ୍ମପମର୍ପଣ କରିଥିଲେ। ପରେ ଦୁହିଁଙ୍କୁ ଜାମ୍ମୁ କାଶ୍ମୀର ପୋଲିସ ହେପାଜତକୁ ନେଇଥିଲା । ସମସ୍ତ ଯାଞ୍ଚ ପରେ ଉଭୟଙ୍କୁ ତାଙ୍କ ପରିବାରୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।