ନିଜଠୁ ୨୫ ବର୍ଷ ସାନ ଅଂକିତାଙ୍କୁ ବିବାହ କରିଛନ୍ତି ମଡେଲ ମିଲିନ୍ଦ ସୋମନ: ଜାଣନ୍ତୁ ଅଂକିତାଙ୍କ ସମ୍ପର୍କରେ କିଛି ଅଜଣା କଥା

Published By : Prameya-News7 Bureau | August 27, 2018 IST

ମୁମ୍ବାଇ୨୭|୮: ଏପ୍ରିଲ ୨୧ତାରିଖରେ ଲୋକପ୍ରିୟ ମଡେଲ୍ ଏବଂ ଆଥଲେଟ ମିଲିନ୍ଦ ସୋମନ ତାଙ୍କଠୁ ୨୫ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଙ୍କିତା କଁଓ୍ବରଙ୍କୁ ବିବାହ କରିଛନ୍ତି । ଅଂକିତା ଯେ ମିଲିନ୍ଦଙ୍କଠୁ ବହୁତ ସାନ ଏ କଥା ସମସ୍ତେ ଜାଣନ୍ତି । ତେବେ ଆହୁରି ବହୁତ ନୂଆ କଥା ଅଛି ଅଂକିତାଙ୍କ ସମ୍ପର୍କରେ ଜାଣିବା ପାଇଁ । ଅଙ୍କିତା ସିନିୟର ଫ୍ଲାଇଟ ଆଟେଣ୍ଡେଣ୍ଟ ଥିଲେ । ସେ ଏୟାର ଏସିଆରେ କାମ କରୁଥିଲେ। ଗତ ଫେବୃୟାରୀ ୧୮ ତାରିଖରେ ସେ ଚାକିରି ଛାଡ଼ିଛନ୍ତି । ୧୯୯୧ ମସିହାରେ ଗୁଆହାଟୀରେ ତାଙ୍କର ଜନ୍ମ । ଅଙ୍କିତାଙ୍କ ଆଉ ଗୋଟିଏ ନାମ ସୁନ୍କୁସ୍ମିତା କଁଓ୍ବର। ସ୍ପୋର୍ଟସରେ ମଧ୍ୟ ତାଙ୍କର ରୁଚି ରହିଛି। ଅଙ୍କିତାଙ୍କୁ ଅଧିକାଂଶ ସମୟରେ ମିଲିନ୍ଦ ସୋମନଙ୍କସହିତ ମାରାଥନ ଦୈାଡ଼ିବାର ଦେଖିବାକୁ ମିଳିଥାଏ। ସେ ଯୋଗ ଏବଂ ମାରାଥନରେ ଅଂଶ ଗ୍ରହଣ କରନ୍ତି । ଗୀତ ଗାଇବା ଅଂକିତାଙ୍କ ଆଉ ଏକ ଋଚି । ସେ ଭଲ ଗିଟାର ଓ ପିଆନୋ ବି ବଜାନ୍ତି। ନିଜ ଭିଡିଓକୁ ସେ ସବୁବେଳେ ଇନଷ୍ଟାଗ୍ରାମରେ ସେୟାର କରନ୍ତି। ଅଙ୍କିତା ଅନେକ ଭାଷା କହି ଜାଣନ୍ତି । ମିଲିନ୍ଦଙ୍କ ମା’ ଉଷା ସୋମନ ଏବଂ ଅଙ୍କିତାଙ୍କ ମଧ୍ୟରେ ଭଲ ବଂଧୁତା ରହିଛି । ସେମାନଙ୍କ ମଧ୍ୟରେ ଶାଶୁ-ବୋହୁଭଳି କୌଣସି ତୁ ତୁ ମେ ମେ ନାହିଁ । ଶାଶୂ, ବୋହୁ ଏକା ସାଂଗରେ ମାରାଥନ ମଧ୍ୟ ଦୈାଡ଼ନ୍ତି। ମିଲିନ୍ଦ ସୋମନ ସୁସ୍ଥ ଜୀବନଶୈଳୀରେ ଜୀବନ ଅତିବାହିତ କରନ୍ତି। ସେ ମଧ୍ୟ ମିଲିନ୍ଦଙ୍କ ସହ ସୁସ୍ଥ ଜୀବନଶୈଳୀ ଫଲୋ କରନ୍ତି। ଅଙ୍କିତା ମଧ୍ୟ ଜଣେ ଟ୍ରାଭେଲର୍। ତାଙ୍କୁ ବୁଲିବାକୁ ବହୁତ ଭଲ ଲାଗେ। ସେ ଏବଂ ମିଲିନ୍ଦ ଅଧିକାଂଶ ସ୍ଥାନ ବୁଲିବାକୁ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.