୧୫ ବର୍ଷ ପରେ ପୁଣି ରିଂକୁ ଫେରିଲେ ମାଇକ୍ ଟାଇସନ୍, ଜୋନସ୍ଙ୍କ ସହ ପ୍ରଦର୍ଶନୀ ମ୍ୟାଚ୍ ଡ୍ର
29/11/2020 at 9:00 PM

ଲସଏଞ୍ଜେଲସ୍ : ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ପୁଣି ବକ୍ସିଂ ରିଂରେ ଦେଖାଯାଇଛନ୍ତି ମାଇକ୍ ଟାଇସନ୍। ଟାଇସନ୍ ଦୀର୍ଘ ବର୍ଷରୁ ରିଂକୁ ଗୁଡବାୟ କହିସାରିଛନ୍ତି। ଏବେ ତାଙ୍କୁ ୫୪ ବର୍ଷ ବୟସ, ଚାରିଟି ଲାଗି ପାଣ୍ଠି ସଂଗ୍ରହ ନିମନ୍ତେ ବକ୍ସିଂ ଆୟୋଜନ କରାଯାଇଥିବା ବେଳେ ହେଭିୱେଟ୍ ଚାମ୍ପିୟନ ମାଇକ୍ ଟାଇସନ ଜୋନ୍ସ ଜୁନିୟରଙ୍କ ବିରୋଧରେ ଲଢିଛନ୍ତି।
୫୧ ବର୍ଷ ବୟସ୍କ ଜୋନ୍ସ ଟାଇସନଙ୍କ ସହ ୨ ମିନିଟ୍ରେ ୮ ରାଉଣ୍ଡ ଖେଳିଥିଲେ। ତେବେ ପ୍ରତିଯୋଗୀତା ଶେଷରେ ଟାଇସନ ତାଙ୍କ କ୍ୟାରିୟରରେ ଅନେକ ଚାମ୍ପିୟନସିପ୍ରେ ଭାଗନେଇଥିବା କହିଥିଲେ। ହେଲେ ପ୍ରଥମ ଥର ଏପରି ପ୍ରତିଯୋଗୀତାରେ ଭାଗ ନେଇ ସେ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି ତାହା ଅକଳ୍ପନୀୟ ବୋଲି କହିଛନ୍ତି।
ସୂଚନା ଯୋଗ୍ୟଯେ ରାୟ ଜୋନ୍ସ ଫୋର ଡିଭିଜନ ବିଶ୍ୱଚାମ୍ପିୟନ ଥିଲେ। ବିଶ୍ୱ ବକ୍ସିଂ ପରିଷଦ ଏହି ପ୍ରତିଯୋଗୀତାକୁ ସମର୍ଥନ କରିଛନ୍ତି। ଏକଦା ବକ୍ସିଂ ଜଗତରେ ମାଇକ୍ ଟାଇସନଙ୍କୁ ସବୁଠୁ ଭୟଙ୍କର ବକ୍ସର ଭାବେ ଗଣନା କରାଯାଉଥିଲା। ପେଷାଦାରୀ ବକ୍ସିଂରେ ପ୍ରଥମ ବର୍ଷ ସେ ୧୫-୦ରେ ଜିତିଥିଲେ ଓ ସବୁ ପ୍ରତିଯୋଗୀତାରେ ସେ ନକଆଉଟ୍ରେ ଜିତିଥିଲେ।
ଟାଇସନ ତାଙ୍କ କ୍ୟାରିୟରର ଶେଷ ପ୍ରତିଯୋଗୀତା ୨୦୦୫ ମସିହାରେ ଖେଳିଥିଲେ। ଏହି ମ୍ୟାଚ୍ରେ ସେ କେଭିନ ମେକବ୍ରାଇଡଙ୍କଠାରୁ ସେ ପରାସ୍ତ ହୋଇଥିଲେ। ସେହିପରି ରୟ ଜୋନ୍ସ ତାଙ୍କର ଶେଷ ପ୍ରତିଯୋଗୀତା ଗତ ୨୦୧୮ ମସିହାରେ ସିଂଗମେନଙ୍କ ବିରୋଧରେ ଖେଳିବା ସହ ଜିତିଥିଲେ।