ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

‘ଲାଇଗର’ ସୁଟିଂ ସମୟରେ ମାଇକ୍‌ ଟାଇସନ୍‌ ବିଜୟଙ୍କୁ ଦେଇଥିଲେ ଗାଳି, ଖୁଲାସା କଲେ ଅଭିନେତା

26/08/2022 at 11:05 AM

ମୁମ୍ଵାଇ ୨୬।୦୮: ୨୫ ଅଗଷ୍ଟ ଅର୍ଥାତ୍‌ ଗତକାଲି ମୁକ୍ତିଲାଭ କରିଛି  ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ  ସ୍ପୋର୍ଟସ-ଆକ୍ସନ୍‌ ଫିଲ୍ମ  ‘ଲାଇଗର୍‌’ । ଏହି ସମୟରେ ସମୀକ୍ଷକଙ୍କ ତରଫରୁ ଏହାକୁ ନକାରାତ୍ମକ  ପ୍ରତିକ୍ରିୟା ମିଳିଛି । ଉଭୟ  ହିନ୍ଦୀ ଓ ତେଲୁଗୁରେ ସୁଟିଂ  ହୋଇଥିବା ଏହି ଫିଲ୍ମ ଧର୍ମା  ପ୍ରଡକ୍ସନ୍‌ସ ଅଧୀନରେ  ପ୍ରସ୍ତୁତ ହୋଇଛି । ଫିଲ୍ମରେ ମୁଖ୍ୟ ନାୟକ ଭୂମିକା ନିର୍ବାହ  କରିଛନ୍ତି। ସାଉଥ୍‌ ସୁପର୍‌ଷ୍ଟାର  ବିଜୟ ଦେବରକୋଣ୍ଡା,  ଯିଏକି ଜଣେ ଏମ୍‌ଏମ୍‌ଏ  ଫାଇଟର୍‌ ବକ୍ସର ଭୂମିକା  ନିର୍ବାହ କରିଛନ୍ତି ।

ହିନ୍ଦୀ ସିନେମା ଜଗତରେ ଏହା ତାଙ୍କର ପ୍ରଥମ ପଦାର୍ପଣ। ତାଙ୍କ ଲେଡି  ଲଭ୍‌ ଭୂମିକାରେ ନଜର ଆସିଛନ୍ତି ଅନନ୍ୟା ପାଣ୍ଡେ । ଖାସ୍‌ କଥା ହେଉଛି ଆମେରିକାର  କିମ୍ବଦନ୍ତୀ ବକ୍ସର୍‌ ମାଇକ୍‌ ଟାଇସନ୍‌ ଏଥିରେ ନଜର ଆସିଛନ୍ତି । ଭାରତୀୟ ସିନେମାରେ  ଏହା ତାଙ୍କର ପ୍ରଥମ ପଦାର୍ପଣ । ଏମାନଙ୍କ ସହ ରମ୍ୟା କୃଷ୍ଣନ୍‌, ରୋନିତ ରୟ ଓ ବିଷ୍ଣୁ  ରେଡ୍ଡୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମ ରିଲିଜ୍ ପୂର୍ବରୁ ଅଭିନେତା ସାକ୍ଷାତକାରରେ ଜଣାଇଥିଲେ ଯେ ଫିଲ୍ମ ‘ଲାଇଗର୍’ର ସୁଟିଂ ସମୟରେ ମାଇକ୍‌ ତାଙ୍କୁ ଗାଳି ଦେଇଥିଲେ। ମାଇକ୍ ଟାଇସନ ତାଙ୍କୁ ଇଂରାଜୀରେ ଦୁର୍ବ୍ୟବହାର କରିଥିଲେ। ହେଲେ ସେ ଏହାକୁ ସ୍ନେହପୂର୍ଣ୍ଣ ଭାବରେ କହିଛନ୍ତି । କିନ୍ତୁ ଟାଇସନ ଯାହା କହିଛନ୍ତି ତାହାକୁ ପୁନରାବୃତ୍ତି କରିପାରିବେ ନାହିଁ। ଏହା ବ୍ୟତୀତ ସେ କହିଛନ୍ତି, “ଆମ ଦୁହିଁଙ୍କ ମଧ୍ୟ ଭଲ ସମ୍ପର୍କ ଅଛି । ସେଟ୍‌ରେ ଆମେ ମିଶିକି ଖାଉ ମୁଁ ମାଇକ୍ ସାର୍ ଙ୍କ ଠାରୁ ବହୁତ କିଛି ଜିନିଷ ଶିଖିଛି।  “ସେ ଭାରତୀୟ ଖାଦ୍ୟ , ସଙ୍ଗୀତ ଏବଂ ଲୋକଙ୍କୁ ଖୁବ୍‌ ଭଲ ପାଆନ୍ତି ।

   Related Posts