ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ : ସୁରକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ

Published By : Prameya-News7 Bureau | October 01, 2024 IST

ଟାଙ୍ଗୀ ୧।୧୦: ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ । ପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ DFO ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି । ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ଟି ରେଞ୍ଜ ବାଲୁଗାଁ, ଟାଙ୍ଗୀ, ସାତପଡ଼ା, ନୂଆପଡ଼ା ଓ ରମ୍ଭା ଅଞ୍ଚଳରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୧ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି ।

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ପକ୍ଷୀ ଶିକାରୀଙ୍କ ଉପରେ ନଜର ରଖିବା ଓ ପକ୍ଷୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ଜଳପଥ ଓ ସ୍ଥଳପଥରେ ପାଟ୍ରୋଲିଂ ବ୍ୟବସ୍ଥା ସାଙ୍ଗକୁ ଡ୍ରୋନ୍ ବ୍ୟବସ୍ଥା କରିଛି ବନ୍ୟପ୍ରାଣୀ ବିଭାଗ ।

DFO ଆହୁରି କହିଛନ୍ତି, ପକ୍ଷୀ ଶିକାର ବନ୍ଦ କରିବା ଏବଂ ଅତିଥି ସାଜିଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା କୂଳିଆ ଗାଁ ମାନଙ୍କରେ ଜନ-ସଚେତନତା ସୃଷ୍ଟି କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସର ସହଯୋଗ ନିଆଯିବ । ପ୍ରତିବର୍ଷ ଶୀତ ଋତୁ ଆରମ୍ଭରେ ଅର୍ଥାତ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ, ମାତ୍ର ଏଥର ଆଗୁଆ ଅର୍ଥାତ ଦୁଇ ସପ୍ତାହ ପୂର୍ବରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀଙ୍କ ଚଳ-ପ୍ରଚଳ ସ୍ଥାନ ଓ ପକ୍ଷୀଙ୍କ ସୁରକ୍ଷା ଜୋନ୍ ମଧ୍ୟକୁ ପର୍ଯ୍ୟଟକ/ମତ୍ସ୍ୟଜୀବୀ ମାନଙ୍କୁ ନୋ-ଏଣ୍ଟ୍ରି କଟକଣା ଲାଗୁ କରାଯାଇଛି । ଅଳ୍ପ ସଂଖ୍ୟକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା DFO କହିଛନ୍ତି ।

You Can Read:

ଦକ୍ଷିଣାଞ୍ଚଳ ଡିଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ନେଲେ ଦାୟିତ୍ୱ, କହିଲେ- ‘ନକ୍ସଲ ଦମନ ଓ ଅପରାଧ ନିୟନ୍ତ୍ରଣ ରହିବ ଚ୍ୟାଲେଞ୍ଜ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.