ସୁରତରୁ ନୟାଗଡ ଫେରିଲେ ୨୭ଜଣ ପ୍ରବାସୀ , ସମସ୍ତଙ୍କୁ କ୍ବାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି

Published By : Prameya-News7 Bureau | May 03, 2020 IST

ନୟାଗଡ ୦୩।୦୫: ସୁରତରୁ ନୟାଗଡ ଜିଲ୍ଲାକୁ ଫେରିଲେ ପ୍ରବାସୀ ଓଡିଆ । ବିପୁଲ ନାମକ ଏକ ବସ୍ ରେ ଗୁରୁବାର ସୁରତରୁ ବାହାରିଥିବା ୨୭ଜଣ ପ୍ରବାସୀ ଓଡିଆ ଶନିବାର ରାତିରେ ନୟାଗଡରେ ପହଞ୍ଚିଛନ୍ତି । ଜିଲ୍ଲାର ରଣପୁର ଥାନା ନରସିଂହପୁର ହାଇସ୍କୁଲ ପରିସରରେ ପୂର୍ବରୁ ପ୍ରସ୍ତୁତ ଥିବା କ୍ବାରାଣ୍ଟାଇନ୍ ସେଣ୍ଟର୍ ରେ ସେମାନଙ୍କୁ ରଖାଯାଇଛି । ଫେରିଥିବା ଲୋକମାନଙ୍କ ମଧ୍ୟରେ ୨୧ଜଣ ପୁରୁଷ ରହିଥିବା ବେଳେ ୪ଜଣ ମହିଳା ଏବଂ ୨ଜଣ ଛୋଟ ପିଲା ରହିଛନ୍ତି ।

{"id":263765,"sizeSlug":"large"}

ତେବେ ଏହି ବସ୍ ର ପରମିସନ ନୟାଗଡ ପର୍ଯ୍ୟନ୍ତ ଥିବାରୁ ବସ୍ ଟି କିଛି ସମୟ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଟକି ରହିଥିଲା । ପରେ ପ୍ରଶାସନର ହସ୍ତକ୍ଷେପ ପରେ ରଣପୁର ଅଭିମୁଖେ ଗଡିଥିଲା । ଏହି ବସ୍ ରେ ସମୁଦାୟ ୫୬ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨୭ଜଣ ରଣପୁର ଅଞ୍ଚଳର ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଏବଂ ବାଙ୍କୀ ଅଞ୍ଚଳର କିଛି ଲୋକ  ରହିଥିଲେ । ନରସିଂହପୁରଠାରେ ବସ୍ ୨୭ଜଣଙ୍କୁ ଓହ୍ଲାଇବା ପରେ ଅନ୍ୟଯାତ୍ରୀଙ୍କୁ ନେଇ ରାମେଶ୍ବର ଅଭିମୁଖେ ବାହାରିଥିଲା । ସେହିପରି ସୁରତରୁ କଟକ ବଡମ୍ବା ଅଞ୍ଚଳକୁ ଆସିଥିବା ବସ୍ ରେ ନୟାଗଡ ଜିଲ୍ଲା ଗଣିଆ ଅଞ୍ଚଳର ୩ଜଣ ଲୋକ ଆସି ସେହି ଅଞ୍ଚଳରେ କ୍ବାରାଣ୍ଟାଇନ୍ ରେ ଥିବା ଜଣାପଡିଛି । କେରଳରୁ ଆସିଥିବା ଟ୍ରେନରେ ମଧ୍ୟ ନୟାଗଡର ୧୦ଜଣ ଲୋକ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.