ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ , କ୍ଷତିପୂରଣ ଦାବିରେ ରାସ୍ତାରୋକ

3/02/2023 at 1:31 PM

କଳାହାଣ୍ଡି୦୩/୦୨: ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଗାଁକୁ ଫେରିଛି ଦାଦନ ଶ୍ରମିକଙ୍କ ମୃତଦେହ। ଦାଦନ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର କୁମରାଜ ବିଶିଙ୍କ ପୁଅ ତ୍ରିଲୋଚନ ବିଶି। ଗତ ତିନି ମାସ ତଳେ ତ୍ରିଲୋଚନ ଭିଟାମାଟି ଛାଡି ହାଇଦ୍ରାବାଦ ନିକଟ ରାଚାକୋଣ୍ଡା ଜିଲ୍ଲା କୋଠୁର ଗ୍ରାମରେ ଥିବା ଏକ ଇଟା ଭାଟିରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଗୁରୁବାର ସକାଳ ସମୟରେ ଏହି ଯୁବକଙ୍କ ଶବ ଗାଁ ନିକଟ ଏକ ବର ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ଏହି ଯୁବକଜଣଙ୍କ ଆତ୍ମହତ୍ୟା କରିଥିବା ସେଠାକାର ଥାନାରେ ଅଭିଯୋଗ କରିଥିଲେ ସମ୍ପୁକ୍ତ ଇଟା କମ୍ପାନୀର କର୍ମକର୍ତା । କିନ୍ତୁ ମୃତକଙ୍କ ବାପା ଓ ତାଙ୍କ ସ୍ତ୍ରୀ  ଏହା ଆତ୍ମହତ୍ୟା ନୁହେଁ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଆଜି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଶୁକ୍ରବାର ଶ୍ରମିକଙ୍କ ମୃତଦେହ ନିଜ ଗାଁକୁ ଫେରିଛି।  କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ଧର୍ମଗଡ଼-ଚାନ୍ଦୋତରା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଗୋଳାମୁଣ୍ଡା ପୋଲିସ ପହଞ୍ଚି  ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି  ।

   Related Posts