କ୍ଵାରେଣ୍ଟାଇନ୍ ସେଣ୍ଟରରେ ଅଭିନବ ଦୃଶ୍ୟ, ସ୍କୁଲ ପରିସରରେ ସଫେଇ କରୁଛନ୍ତି ପ୍ରବାସୀ ଓଡିଆ

Published By : Prameya-News7 Bureau | May 09, 2020 IST

ଭଦ୍ରକ ୯।୫: ଜିଲ୍ଲାର ବିଭିନ୍ନ କ୍ଵାରେଣ୍ଟାଇନ୍ ସେଣ୍ଟର ବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହୁଛନ୍ତି ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡିଆ । ଶୁକ୍ରବାର ସୁଦ୍ଧା ୧୭୦୦ରୁ ଅଧିକ ପ୍ରବାସୀ ଭଦ୍ରକ ଜିଲ୍ଲାକୁ ଫେରିଛନ୍ତି । ସେମାନେ ବିଭିନ୍ନ କ୍ଵାରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି । ପ୍ରବାସୀ ଓଡିଆମାନେ ବିଭିନ୍ନ ସମୟରେ ନିୟମ ଉଲଂଘନ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଏଠି କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ।

{"id":267030,"sizeSlug":"large"}

ଭଦ୍ରକ ଜିଲ୍ଲା ଧୂସୁରି ପଞ୍ଚାୟତର ମୁରଲୀଧର ହାଇସ୍କୁଲ ପରିସରରେ ହୋଇଥିବା କ୍ଵାରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି ୩୨ରୁ ଅଧିକ ପ୍ରବାସୀ । ସେଠାରେ ସେମାନେ ସ୍କୁଲ ପରିସରରେ ସଫେଇ କରୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ଖେଳ ପଡିଆ ସଫେଇ କରୁଛନ୍ତି ।

{"id":267031,"sizeSlug":"large"}

ବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ବିଦ୍ୟାଳୟ ଗୃହ ସହ ଆଖପାଖ ଅଞ୍ଚଳରେ ମଧ୍ୟ ସଫେଇ କରୁଛନ୍ତି । ତାଛଡା ସଖାଳୁ ଓ ସନ୍ଧ୍ୟାରେ ପ୍ରାର୍ଥନା ମଧ୍ୟ କରୁଥିବା ଜଣାପଡିଛି । ଏହି ସଫେଇ କାମ କରିବା ସମୟରେ ସେମାନେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବକୁ ମଧ୍ୟ ଧ୍ୟାନରେ ରଖିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.