suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ୱାରେଣ୍ଟାଇନ୍‌ରେ ବଦମାସୀ, ଭୁଲ ପାଇଁ ହାତ ଯୋଡି କ୍ଷମା ମାଗିଲେ ପ୍ରବାସୀ

7/05/2020 at 11:04 AM

ଛତ୍ରପୁର ୦୭।୦୫: ଗଞ୍ଜାମ ଓ ବେଗୁନିଆପଡ଼ା ବ୍ଲକ୍‌ର ତିନୋଟି କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ବିଶୃଙ୍ଖଳା ଘଟଣାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି । ଭବିଷ୍ୟତରେ ଏହିପରି କାର୍ଯ୍ୟ କରିବୁ ନାହିଁ ବୋଲି ହାତଯୋଡ଼ି କ୍ଷମା ମାଗିଛନ୍ତି । ଏ ସମ୍ପର୍କିତ ଏକାଧିକ ଭିଡିଓ ବୁଧବାର ସଙ୍ଗରୋଧ କେନ୍ଦ୍ରମାନଙ୍କରୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ଗଞ୍ଜାମ ବ୍ଲକ୍‌ ସୁବଳୟା ପଞ୍ଚାୟତ ଶତ୍ରୁସୋଲ କେନ୍ଦ୍ରରେ ସୁରତ ଫେରନ୍ତା ବ୍ୟକ୍ତି ଖାଦ୍ୟ ଠିକ୍‌ ନ ଥିବା ଅଭିଯୋଗ କରିଥିବା ଘଟଣାରେ ସେମାନଙ୍କୁ କ୍ଷମା କରନ୍ତୁ ବୋଲି କହିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସେମାନଙ୍କୁ ଠିକ୍‌ ଭାବେ ରଖିଛନ୍ତି । ସବୁ ଠିକ୍‌ ମିଳୁଛି ବୋଲି ଭାଇରାଲ ଭିଡିଓରେ କହିଛନ୍ତି । ଛୋଟ ଛୋଟ ଭୁଲ୍‌କୁ କ୍ଷମା କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ବେଗୁନିଆପଡ଼ା ଜନତା ହାଇସ୍କୁଲ୍‌ରୁ ଶ୍ରୀକାନ୍ତ ଚାନ୍ଦ ପ୍ରବାସୀ ଓଡ଼ିଆଙ୍କ ଉପସ୍ଥିତିରେ ଭିଡିଓ ଭାଇରାଲ୍‌ କରିଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ଚାଲି ଯାଇଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ନିଜ ଭୁଲ୍‌ ବୁଝିପାରି ପୁଣି ସଙ୍ଗରୋଧ କେନ୍ଦ୍ରକୁ ଫେରିଛୁ । ସରକାର ଆମକୁ ଗୁଜୁରାଟରୁ ଏଠାକୁ ଆଣି ଥିବାରୁ ଧନ୍ୟବାଦ ଜଣାଉଛୁ । ଶପଥ କରୁଛୁ ଏହି ଭୁଲ୍‌ କେବେ କରିବୁ ନାହିଁ । ଖାଇବା ଓ ପିଇବା ଭଲ ମିଳୁଛି । କରୋନା ପରି ମହାମାରୀକୁ ସମସ୍ତେ ମିଶି ତଡ଼ିବା, ସେଥିରେ ସହଯୋଗ କରିବେ ବୋଲି ଭିଡିଓ ବାର୍ତ୍ତା ଦେଇଛନ୍ତି ।

ସେହି ବ୍ଲକ୍‌ ରାଘପୁର କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ର ଅନ୍ତେବାସୀମାନେ ମଧ୍ୟ ସମାନ ଧରଣର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛନ୍ତି । ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଦିଆଯାଇଥିବା ଜଳଖିଆ ଏବଂ ଖାଦ୍ୟ ଠିକ୍‌ ନ ଥିବା ଅଭିଯୋଗ କରି ଫେରାଇ ଦେଇଥିବା ଭିଡିଓ ଭାଇରାଲ୍‌ ହୋଇଥିଲା । ସେହିପରି ବେଗୁନିଆପଡ଼ା ଜନତା ଆଦର୍ଶ ବିଦ୍ୟାଳୟ ଏବଂ ରାଘପୁର ଆଦର୍ଶ ବିଦ୍ୟାଳୟରେ ଠିକ୍‌ ବ୍ୟବସ୍ଥା ନ ଥିବା ନେଇ ୧୫୦ରୁ ଅଧିକ ସୁରଟ ଫେରନ୍ତା ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଯାଇଥିଲେ ।

   Related Posts