ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ବ୍ୟବସ୍ଥା ସହ ଲୁଚକାଳି ଖେଳୁଛନ୍ତି ପ୍ରବାସୀ, କ୍ୱାରେଣ୍ଟାଇନ ପରେ ପୁଣି ଥରେ ଯାଇଥିଲେ ପ୍ରବାସ, ଲୁଚିଲୁଚି ଫେରିଲେ

1/07/2020 at 3:20 PM

ଭଦ୍ରକ, ୦୧|୦୭: କାରୋନା ପାଇଁ ଲକଡାଉନ ଆଉ ସଟଡାଉନରେ ଅତିଷ୍ଠ ହୋଇ ବାହାର ରାଜ୍ୟରୁ ଫେରିଲେ ପ୍ରବାସୀ । କାମ କରୁଥିବା କମ୍ପାନୀ ବନ୍ଦ ହୋଇଯିବାରୁ ଚାଲି ଚାଲି ନିଜ ଗାଁ କୁ ଫେରିଥିଲେ । ସରକାରୀ ସୁବିଧା ପାଇ ନିୟମ ଅନୁଯାୟୀ କ୍ଵାରେଣ୍ଟାଇନରେ ରହିଲେ । ଅବଧି ପରେ ପୁଣି ଟ୍ରକ ଯୋଗେ ଅନ୍ୟ ରାଜ୍ୟକୁ କାମ ପାଇଁ ପଳାଇଗଲେ । ଏଥର ମଧ୍ୟ ସୁବିଧା ହେଲାଣି ପୁଣି ଲୁଚି ଲୁଚି ଫେରି ଆସିଲେ ।

କାରୋନା ମହାମାରୀରେ କଟକଣା ଅସହ୍ୟ ହେଲା , କମ୍ପାନୀ ବନ୍ଦ ହୋଇଗଲା । ସବୁ ପରେ ଗାଁ ମୁହଁ ହେଲେ ପ୍ରବାସୀ । କିଏ ଚାଲି ଚାଲି ଆସିଲା ତ କିଏ ସ୍ବତନ୍ତ ଟ୍ରେନ ଆଉ ଭଡା ଗାଡିରେ ଆସିଲେ। ସରକାରୀ ନିୟମ ମାନି କ୍ଵାରେଣ୍ଟାଇନରେ ରହିଲେ । କ୍ଵାରେଣ୍ଟାଇନ ଅବଧି ସରିବା ପରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଇପୁର ପଞ୍ଚାୟତର କେତେଜଣ ପ୍ରବାସୀ ପୁଣି ଅନ୍ୟ ରାଜ୍ୟକୁ ପଳାଇଲେ । କ୍ଵାରେଣ୍ଟାଇନରେ ଥିବା ବେଳେ ଅନ୍ୟ ସାଙ୍ଗଙ୍କ ସହ କଥା ହୋଇ ଜାମସେଦପୁର ସ୍ଥିତ ଏକ କମ୍ପାନୀ ସହ ଯୋଗାଯୋଗ କଲେ । କାମ ମିଳିବ ବୋଲି ଜାଣିବା ପରେ ସାଙ୍ଗ ହୋଇ କମ୍ପାନୀର ଏକ ଟ୍ରକରେ ଜାମସେଦପୁର ପଳାଇଗଲେ । ସେଠାରେ ଦୁଇ ଦିନ ନ ହେଉଣୁ ପୁଣି ଆରମ୍ଭ ହେଲା ସମାନ ଅବସ୍ଥା । କାମ ସାଙ୍ଗକୁ ଖାଇବା ସୁବିଧା ହେଲା ନାହିଁ । ପୁଣି ବାଧ୍ୟ ହୋଇ କମ୍ପାନୀର ପାଚେରି ଡେଇଁ ଟ୍ରକରେ ଲୁଚି ଲୁଚି ଘର ମୁହାଁ ହେଲେ ।

ଏବେ ପୁଣି ଅନ୍ୟ ରାଜ୍ୟରୁ ଫେରିଥିବାରୁ ନିୟମ ଅନୁଯାୟୀ ପୁଣି କ୍ଵାରେଣ୍ଟାଇନରେ ରହିବେ । କିନ୍ତୁ ପ୍ରବାସୀଙ୍କ ଅଭିଭାବକ କହନ୍ତି ଅଭାବ ଅସୁବିଧା ପାଇଁ ସେମାନେ କାମ ଅନ୍ଵେଷଣ ରେ ଯାଇଛନ୍ତି । କିନ୍ତୁ ଏବେ ପ୍ରତ୍ୟକ ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାର୍ଯ୍ୟ କରାଯାଉଛି । ପ୍ରବାସୀ ମାନେ ଚାହିଁଲେ ସେଠାରେ କାର୍ଯ୍ୟ କରିପାରନ୍ତେ । କିନ୍ତୁ ଅଳ୍ପ ସମୟରେ ଅଧିକ ରୋଜଗାର ଆଶା ରେ ହଟହଟା ହେଇଛନ୍ତି ଏହି ଯୁବକ ମାନେ । ସରପଞ୍ଚ କହିଛନ୍ତି ପୁଣି ନିୟମ ଅନୁଯାୟୀ ଏମାନଙ୍କୁ କ୍ଵାରେଣ୍ଟାଇନରେ ରଖାଯିବ । ଆବଶ୍ୟକ ହେବ ହୋମ କ୍ଵାରେଣ୍ଟାଇନ ସହ ସ୍ଵାସ୍ଥ୍ୟଗତ ପରୀକ୍ଷା ମଧ୍ୟ କରାଯିବ । କିନ୍ତୁ ଏହି ଯୁବକ ଙ୍କ ଏମିତି କାର୍ଯକଳାପ ପାଇଁ କେତେକ ଗ୍ରାମବାସୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସରକାରୀ ଖର୍ଚ୍ଚ ରେ କ୍ଵାରେଣ୍ଟାଇନରେ ରହିଲେ, ନିୟମ ମାନିଲେ । ପୁଣି ନିଜ ସୁବିଧା ପାଇଁ କିଛି ଦିନ ନଯାଉଣୁ ପୁଣି ଅନ୍ୟ ରାଜ୍ୟକୁ ଚାଲିଲେ । ଏବେ କିନ୍ତୁ କହୁଛନ୍ତି ଆଉ ଯିବୁନୁ । ଯାହା ହେବ ଏଇଠି କରିବୁ ଆଉ ଏଇଠି ରହିବୁ ।

   Related Posts