oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ମୁମ୍ବାଇ ପରେ ଦିଲ୍ଲୀରେ ଲକ୍‌ଡାଉନ୍‌ ଉଲ୍ଲଂଘନ, ଯମୁନା କୂଳରେ ରୁଣ୍ଡ ହେଲେ ହଜାର ହଜାର ଶ୍ରମିକ

15/04/2020 at 8:22 PM

ନୂଆଦିଲ୍ଲୀ ୧୫।୦୪: ମୁମ୍ବାଇ ପରେ ଏବେ ଦିଲ୍ଲୀରେ ଲକ୍‌ଡାଉନ୍‌ର ଖୁଲମଖୁଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦ୍ଵାରା ଲକ୍‌ଡାଉନ୍‌ର ସମୟସୀମା ବଢାଇବାର ପ୍ରଥମ ଦିନରେ ଦିଲ୍ଲୀରେ ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମ ଜୀବୀ ଯମୁନା କୂଳରେ ଜମା ହୋଇଛନ୍ତି। ମାତ୍ର ଏହି ପ୍ରବାସୀ ଶ୍ରମିକ ଏଠାରେ ଏକଜୁଟ୍ ହେବାର କାରଣ ସ୍ପଷ୍ଟ ହୋଇ ନାହିଁ। ସଂପ୍ରତି ସମସ୍ତଙ୍କୁ ଫଳମୂଳ ଦିଆଯାଇ ସେଲ୍‌ଟର ହୋମକୁ ସ୍ଥାନାନ୍ତର କରାଯାଇଛି। ଏହି ସେଲ୍‌ଟର ହୋମ୍ ଦିଲ୍ଲୀର ସରକାରୀ ସ୍କୁଲରେ ନିର୍ମାଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ମଙ୍ଗଳବାର ମୁମ୍ବାଇର ବାନ୍ଦ୍ରା ଟର୍ମିନାଲ ବାହାରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ଏମିତି ଭିଡ ଦେଖିବାକୁ ମିଳିଥିଲା।

ଏତେ ସଂଖ୍ୟକ  ଲୋକ ରୁଣ୍ଡ ହେବାର ସୂଚନା ମିଳିବା ପରେ ପୋଲିସ୍ ଓ ପ୍ରଶାସନର ଅନେକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କୁ ଫଳମୂଳ ଦିଆଯାଇ ବସ୍ ଜରିଆରେ ଦିଲ୍ଲୀର ଭିନ୍ନ ଭିନ୍ନ ସେଲଟର ହୋମକୁ ଅଣାଯାଇ ରଖାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଟୁଇଟ୍‌ କରି କହିଛନ୍ତି ଯେ, ଯମୁନା ଘାଟରେ ଶ୍ରମିକ ରୁଣ୍ଡ ହୋଇଥିଲେ। ଏବେ ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛୁ। ରହିବା ଓ ଖାଦ୍ୟର କୌଣସି ଅଭାବ ନାହିଁ। କୌଣସି ବି ଭୋକିଲା କି ବାସହୀନ ଦେଖିଲେ ଆମକୁ ଖବର ଦେବେ।

ସେ କହିଛନ୍ତି ଯେ, ଆମେ ପ୍ରତି ଦିନ ୧୦ ଲକ୍ଷ ଲୋକଙ୍କୁ ଖାଇବା ଯୋଗାଉଛୁ ଏବଂ ୭୫ ଲକ୍ଷ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେଇଛୁ। ହଜାର ସଂଖ୍ୟକ ବାସହୀନଙ୍କ ପାଇଁ ରହିବାର ବ୍ୟବସ୍ଥା କରିଛୁ। ଲୋକ ଏତେ ଗରିବ ଅଛନ୍ତି ଯେ, ଅନେକ ସରକାରୀ ବ୍ୟବସ୍ଥା କରାଯାଇଥିବା ଜାଣି ପାରି ନାହାନ୍ତି। ଏମିତି ଗରିବଙ୍କ ବିଷୟରେ ସୂଚନା ଦେଇଥିବାରୁ ମିଡିଆଙ୍କୁ ଧନ୍ୟବାଦ। ପ୍ରତି ଗରିବ ପର୍ଯ୍ୟନ୍ତ ସରକାରୀ ବ୍ୟବସ୍ଥା ଉପଲବ୍ଧ କରାଯିବ।

   Related Posts