କଳିଙ୍ଗା ଘାଟି ପରିବର୍ତ୍ତେ ଅନ୍ୟ ରାସ୍ତାରେ ଆସିବ ସୁରଟ ଫେରନ୍ତା ବସ୍- ପରିବହନ ମନ୍ତ୍ରୀ

Published By : Prameya-News7 Bureau | May 03, 2020 IST

ଭୁବନେଶ୍ୱର  ୦୩।୦୫: ରାଜ୍ୟରେ ଦୁଇ ଦିନ ମଧ୍ୟରେ ଦୁଇଟି ବସ୍‌ ଦୁର୍ଘଟଣା ଘଟିଛି । ଯାହାକୁ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସୁରଟରୁ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ପ୍ରଦାନ କରିଛନ୍ତି । ଏଣିକି କଳିଙ୍ଗା ଘାଟି ପରିବର୍ତ୍ତେ ବୌଦ୍ଧ ମାଧପୁର ଓ ନୟାଗଡ ଓଡଙ୍ଗା ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମରେ ପହଞ୍ଚିବ ସୁରଟ ଫେରନ୍ତା ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌ । ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

{"id":263852,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ଦିନ ବିଳମ୍ବିତ ରାତିରେ ସୁରଟରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ଯାତ୍ରାବାହୀ ବସ୍‌ କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଥିଲେ । ତେବେ ଗୋଟିଏ ଦୁର୍ଘଟଣାର ୨୪ଘଣ୍ଟା ନପୂରୁଣୁରୁ ଆଉ ଗୋଟିଏ ଗାଡି ଦୁର୍ଘଟଣା ହୋଇଥିଲା । ଆଜି ସକାଳ ସମୟରେ ସୁରଟରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ଯାତ୍ରୀ ବାହୀ ବସ୍‌ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ କିଛି ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି । ତେବେ ଗୋଟିଏ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.