Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆହୁରି ଶକ୍ତିଶାଳୀ ହେବ ବାୟୁସେନାର ମିଗ୍ ସ୍କ୍ୱାଡ୍ରନ, ଖୁବ୍ ଶୀଘ୍ର ଆରମ୍ଭ ହେବ ଅପଗ୍ରେଡେସନ ପ୍ରକ୍ରିୟା

13/10/2019 at 5:35 PM

ଫ୍ରାନ୍ସରୁ ରାଫେଲ ଯୁଦ୍ଧବିମାନ ଭାରତ ପ୍ରାପ୍ତ କରିବା ଆରମ୍ଭ କରିଛି। ତେବେ ବାୟୁସେନା ଋଷିଆରୁ ନୂଆ ମିଗ୍-୨୯ଏସ୍ ଯୁଦ୍ଧବିମାନ କିଣିବାକୁ ଯୋଜନା କରିଛନ୍ତି। ଏଥିରେ ୨୧ଟି ନୂଆ ଯୁଦ୍ଧବିମାନ କିଣିଯିବାକୁ ଥିବା ବେଳେ ଏ ଗୁଡିକୁ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀରେ ସଜ୍ଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରସ୍ତାବକୁ ବାୟୁସେନା ଖୁବ୍ ଶୀଘ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦଙ୍କ ନିକଟରେ ଉପସ୍ଥାପନ କରିବେ। ପରିଷଦଙ୍କ ମଞ୍ଜୁରି ମିଳିଲେ ଋଷିଆରୁ ନୂଆ ମିଗ୍ ବିମାନ ଆସିବେ ବୋଲି ଜଣାପଡିଛି।

ପୂର୍ବରୁ ଭାରତର ମିଗ୍-୨୯ ସ୍କ୍ୱାଡ୍ରନ ରହିଛି। ତେବେ ନୂଆ ମିଗ୍-୨୯ଏସ୍ ଦ୍ୱାରା ଏହାକୁ ଅପଗ୍ରେଡ କରିବାକୁ ବାୟୁସେନା ବିଚାର କରୁଛି। ଏହି ମିଗ୍ ଗୁଡିକୁ ଆକାଶରେ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ଏଷ୍ଟ୍ରା କ୍ଷପଣାସ୍ତ୍ରରେ ସଜ୍ଜିତ କରିବା ଭାରତୀୟ ବାୟୁସେନାର ଉଦ୍ଦେଶ୍ୟ। କେବଳ ଏଷ୍ଟ୍ରା ନୁହେଁ ଅନ୍ୟ ସ୍ୱଦେଶୀ ଯୁଦ୍ଧାସ୍ତ୍ରରେ ମଧ୍ୟ ମିଗ୍ କୁ ସଜ୍ଜିତ କରାଯାଇପାରିବ।

ନୂଆ ବାୟୁସେନା ମୁଖ୍ୟ ଭାବେ ଆର.କେ.ଏସ୍. ଭଦୌରିଆ ଦାୟିତ୍ୱ ଗ୍ରହଣ କରିବା ପରେ ବାୟୁସେନା ଲାଇଟ୍ ଏୟାର କମ୍ବାଟ୍ ତେଜସ୍ ଓ ପଞ୍ଚମପିଢୀର ମଧ୍ୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମକୁ ସମର୍ଥନ କରିବ ବୋଲି କହିଥିଲେ। ସେହି ଅନୁସାରେ ପ୍ରଥମେ ମିଗ୍ ସ୍କ୍ୱାଡ୍ରନର ଅପଗ୍ରେଡେସନ ଲାଗି ବାୟୁସେନା ପଦକ୍ଷେପ ନେଇଛି। ତେବେ ଏଥିଲାଗି ପ୍ରସ୍ତାବ ଗୃହୀତ ହେଲେ ଭାରତୀୟ ବାୟୁସେନା ଋଷିଆର ମିଗ୍-୨୯ଏସ୍ ଅଧିଗ୍ରହଣ କରିବା ସହ ଆଧୁନିକିକରଣ କାର୍ଯ୍ୟକ୍ରମ ହାତକୁ ନେବ।  

   Related Posts