ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ରାଜସ୍ଥାନ ଭରତପୁରରେ ଖସିଲା ମିରାଜ ବିମାନ, ଦୁର୍ଘଟଣାରେ ପାଇଲଟ୍ ମୃତ

28/01/2023 at 1:49 PM

ଭରତପୁର/ଗ୍ୱାଲିୟର ୨୮।୧:  ରାଜସ୍ଥାନ ଭରତପୁରରେ ଶନିବାର ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି। ଭରତପୁର ଜିଲ୍ଲାପାଳ ପୂର୍ବାହ୍ନରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦେଇଥିଲେ। ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡିଫେନ୍ସ ପିଆରଓ ଅମିତାଭ ଶର୍ମା ସୂଚନା ଦେଇଛନ୍ତି। ବାୟୁସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି।

ଶନିବାର ଦେଶରେ ମୋଟ ୨ଟି ବିମାନ ଦୁର୍ଘଟଣା ଘଟିଛି। ଏହି ବିମାନ ୨ଟି ମଧ୍ୟପ୍ରଦେଶର ଗ୍ୱାଲିୟର ବାୟୁସେନା ଘାଟିରୁ ପୂର୍ବାହ୍ନ ୯ଟା ୧୫ ମିନିଟ୍‌ରେ ପ୍ରଶିକ୍ଷଣ ମିସନରେ ଉଡାଣ ଭରିଥିଲା। ସୁଖୋଇ-୩୦ରେ ୨ ଜଣ ପାଇଲଟ ଥିବା ବେଳେ ମିରାଜ-୨୦୦୦ରେ ଜଣେ ପାଇଲଟ ବିମାନ ଉଡାଉଥିଲେ। ବିମାନ ଦୁଇଟି ପାଖାପାଖି ୫୦ କିଲୋମିଟର ଯିବା ପରେ ଏଟିସି ସହିତ ସେମାନଙ୍କ ସମ୍ପର୍କ ବିଛିନ୍ନ ହୋଇଥିବା ବେଳେ ବିମାନ ଆକାଶରେ ଜଳି ଉଠିଥିଲା। ଏଥିରେ ସୁଖୋଇ-୩୦ ମୁରୈନା ପାହାଡ଼ଗଡ ଜଙ୍ଗଲରେ ଖସିଥିବା ବେଳେ ମିରାଜ ଭରତପୁର ଉଚ୍ଚୈନର ପିଙ୍ଗୋରା ଗାଁ ନିକଟରେ ନିଆଁ ଗୁଳା ହୋଇ ଖସିଥିଲା। ଫଳରେ ମିରାଜ ଯୁଦ୍ଧବିମାନ ଉଡାଉଥିବା ପାଇଲଟଙ୍କ ମୃତ୍ୟୁ ହୋଇଛି।

ସୁଖୋଇ-୩୦ ଓ ମିରାଜ ୨୦୦୦ ଯୁଦ୍ଧବିମାନ ମଧ୍ୟରେ ହୁଏତ ଆକାଶରେ ଧକ୍କା ଲାଗିଥାଇପାରେ ବୋଲି ପ୍ରତିରକ୍ଷା ସୂତ୍ର ଆକଳନ କରୁଛନ୍ତି। ଘଟଣାର ତଦନ୍ତ ପାଇଁ ବିଚାର ବିଭାଗୀୟ କମିଟି ଗଠନ କରାଯାଇଛି। ତେବେ ବିମାନ ବ୍ଲାକ୍‌ ବକ୍ସରୁ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିବ। ତେବେ ଦୁଇଟି ବିମାନ ଏକ ସଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେବା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ତେବେ ମାମଲା ଉପରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ମୁରୈନା ଜିଲ୍ଲାପାଳଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା ଲାଗି ଜରୁରି ନିର୍ଦ୍ଦେଶ ଦେଇଛନ୍ତି।

   Related Posts