‘ମଧ୍ୟ ପ୍ରାଚ୍ୟ ଯାତ୍ରା ପରେ ସେ ବଦଳି ଗଲା’: ସଲମାନ ରୁଶଦିଙ୍କ ଉପରେ ଆକ୍ରମଣ କରିଥିବା ହାଦିଙ୍କ ମାଆ ଖୋଲିଲେ ରହସ୍ୟ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ: ଲେଖକ ସଲମାନ ରୁଶଦିଙ୍କୁ ଆକ୍ରମଣ କରିଥିବା ଯୁବକଙ୍କକୁ ନେଇ ତାଙ୍କ ମାଆ ଅନେକ ବଡ଼ ଖୁଲାସା କରିଛନ୍ତି । ଅଭିଯୁକ୍ତର ମାଆଙ୍କ କହିବା ଅନୁସାରେ, ୨୦୧୮ ମସିହାରେ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ କରିବା ପରେ ତାଙ୍କ ପୁଅ ଭିତରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହାସହ ଲେଖକ ଜଣକ କିଏ ତାଙ୍କ ବିଷୟରେ ଜାଣି ନଥିବା ସେ କହିଛନ୍ତି ।

ଡେଲି ମେଲକୁ ପ୍ରତିକ୍ରିୟା ଦେଇ ଅଭିଯୁକ୍ତ ଯୁବକର ମାଆ ସିଲଭାନା ଫାରଡୋସ କହିଛନ୍ତି, ୨୦୧୮ରେ ମିଡିଲ ଇଷ୍ଟ ରାଷ୍ଟ୍ର ଗସ୍ତ କରି ଫେରିବା ପରେ ହାଦି ମାତର ବଦଳି ଯାଇଥିଲା । ତା ଭିତରେ ରାଗ ଏବଂ ବିରକ୍ତି ସ୍ୱଭାବ ଦେଖିବାକୁ ମିଳିଥିଲା ।

ସିଲଭାନା କହିଛନ୍ତି, 'ମୋର ଆଶା ଥିଲା ସେ ପ୍ରେରିତ ହୋଇ ପୁଣି ଥରେ ଫେରି ନିଜର ସ୍କୁଲ ଶିକ୍ଷା ଶେଷ କରିବ । ଏହାସହ ଡିଗ୍ରୀ ହାସଲ କରି ଏକ ଚାକିରି କରିବ । କିନ୍ତୁ ଏହା ପରିବର୍ତ୍ତେ ସେ ବେସମେଣ୍ଟରେ ନିଜକୁ ବନ୍ଦୀ କରି ରଖୁଥିଲା । ତା ଭିତରେ ଅନେକ ପରିବର୍ତ୍ତନ ଆସିଥିଲା, ମାସ ମାସ ଧରି ସେ ମୋତେ କିମ୍ୱା ତାର ଭଉଣୀଙ୍କୁ କିଛି ବି କଥା କହି ନଥିଲା'।  

ଏହାସହ ସେ କହିଛନ୍ତି, 'ମଧ୍ୟ ପ୍ରାଚ୍ୟରୁ ଫେରିବା ପରେ ସେ ଅଧିକ ଧାର୍ମିକ ହୋଇଥିଲା ଏବଂ ମୁସଲିମ ଶିକ୍ଷାରେ ବଢ କରି ନଥିବାରୁ ସେ ସମାଲୋଚନା କରୁଥିଲା । ଏହସହ ନିଜେ ରହୁଥିବା ଘରକୁ ଯିବାକୁ କାହାକୁ ଅନୁମତି ଦେଉ ନଥିଲା'।

ସିଲଭାନା କହିଛନ୍ତି, 'ଧର୍ମ ପରିବର୍ତ୍ତେ ଶିକ୍ଷା ଉପରେ କାହିଁକି ଅଧିକ ଜୋର ଦେଇଥିଲ ବୋଲି ଦିନେ ସେ ମୋ ସହ ଯୁକ୍ତି କରିଥିଲା । ଯୁବାବସ୍ଥାରେ ଇସଲାମ ବିଷୟରେ କାହିଁକି ଜଣାଇଲି ନାହିଁ ବୋଲି ରାଗିଥିଲା'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.