ମୁମ୍ବାଇ୫|୨: ବହୁ ପ୍ରତିକ୍ଷୀତ ରିଆଲିଟି ଶୋ' 'ବିଗ୍ ବସ୍ ୧୩' ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି। ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଏବେ ଫିନାଲେରେ ପହଞ୍ଚିବା ପାଇଁ ଜୋସ୍ ଦେଖିବାକୁ ମିଳୁଛି । ଏଥିପାଇଁ ସମସ୍ତେ ପରସ୍ପରଙ୍କୁ ଟକ୍କର ଦେଉଛନ୍ତି। 'ବିଗ୍ ବସ୍ ୧୩'ର ଗ୍ରାଣ୍ଡ ଫିନାଲେ ଯେତେ ପାଖେଇ ଆସୁଛି ଶୋ’ର ନିର୍ମାତା ଗୋଟେ ଗୋଟେ ଟୁଇଷ୍ଟ ସାମ୍ନାକୁ ଆଣୁଛି ।
{"id":220406,"sizeSlug":"large"}ଏହି ସିଜିନ୍ରେ ଅନେକ ନୂଆ ନୂଆ କନ୍ସେପ୍ଟ କରାଯାଇଛି ଯାହା ଅନ୍ୟ କୌଣସି ସିଜିନ୍ରେ ହୋଇନାହିଁ। ଫେବୃଆରୀ ୧୫ତାରିଖରେ ଏହି ଶୋ’ର ଗ୍ରାଣ୍ଡ ଫିନାଲେ ହେବ। ଏଥର ଫିନାଲେ ରେସ୍ରେ ଟପ୍ ୩ ବଦଳରେ ଟପ୍ ଫାଇଭ୍ ସାମିଲ୍ ହେବେ। ପୂର୍ବ ଏଲିମିନେସନ୍ ଏପିସୋଡ୍ରେ ବିଶାଲ୍ ଆଦିତ୍ୟ ସିଂହ ଘରୁ ବାହାରିଯାଇଛନ୍ତି। ଫିନାଲେକୁ ଆଉ ମାତ୍ର ୨ଟି ସପ୍ତାହ ରହିଲା ।ଏବେ ବିବି ହାଉସ୍ରେ ଆଉ ମାତ୍ର ୭ ଜଣ ପ୍ରତିଯୋଗୀ ଅଛନ୍ତି।
{"id":220407,"sizeSlug":"large"}ରିପୋର୍ଟ ଅନୁସାରେ ଏଥର ବିଗ୍ ବସ୍ରେ ମିଡ୍ ନାଇଟ୍ ଏଭିକ୍ସନ୍ ହେବ । ଯେଉଁଥିରେ ଜଣେ ପ୍ରତିଯୋଗୀ ଘରୁ ବାହାରିଯିବେ। ଶୋ’ର ଗୋଟିଏ 'ୱିକେଣ୍ଡକା ବାର୍', ରହିଲା। 'ୱିକେଣ୍ଡ କା ବାର୍'ରେ ଏଲିମିନେଶନ୍ ହୁଏ। ଫିନାଲେରେ କେବଳ ଟପ୍ ୫ ରହିବେ। ସେଥିପାଇଁ ବିଗ୍ ବସ୍ ଦୁଇଜଣଙ୍କୁ ଘରୁ ବାହାର କରିବେ।
{"id":220408,"sizeSlug":"large"}ସୂଚନାଯୋଗ୍ୟ ଯେ, ଏହି ସପ୍ତାହରେ ଜଣେ ସଦସ୍ୟ 'ମିଡ୍ନାଇଟ୍ ଏଭିକ୍ସନ୍'ରେ ବାହାରିଯିବେ। ତେବେ ବିଗ୍ ବସ୍ର ଏହି ଏଭିକ୍ସନ୍ରେ ମାହିରା ଶର୍ମା ଘରୁ ବାହାରିବେ ବୋଲି ଜଣା ପଡିଛି। ତେବେ ଏଥିରେ ମାହିରା ବାହାରିବେ କି ଆଉ କିଏ, ତାହା ଆଗାମୀ ଏପିସୋଡ୍ରେ ହିଁ ଜଣାପଡ଼ିବ।