Microsoft Internet Explorer: ୨୭ ବର୍ଷ ପୁରୁଣା ବ୍ରାଉଜର ହେବ ବନ୍ଦ, ଲୋକଙ୍କ ରହିଛି ନିଆର ଅନୁଭୂତି

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ: ଇଣ୍ଟରନେଟରେ ଏକ ଯୁଗର ଅବସାନ ଘଟିବାକୁ ଯାଉଛି । ୨୭ ବର୍ଷ ପରେ ନିଜର ସବୁଠୁ ପୁରୁଣା ବ୍ରାଉଜର ଇଣ୍ଟରନେଟ ଏକ୍ସପ୍ଲୋରରକୁ ବନ୍ଦ କରିବାକୁ ଘୋଷଣା କରିଛି ମାଇକ୍ରୋସଫ୍ଟ । ୧୯୯୫ରେ ଆରମ୍ଭ ହୋଇଥିବା ଇଣ୍ଟରନେଟ ବ୍ରାଉଜରକୁ ଆସନ୍ତା ଜୁନ ୧୫ରୁ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛି ମାଇକ୍ରୋସଫ୍ଟ । ପ୍ରଥମେ ଏହାକୁ ମାଇକ୍ରୋସଫ୍ଟ ୱିଣ୍ଡସ ଅପରେଟିଂ ସିଷ୍ଟମରେ ସାମିଲ କରାଯାଇଥିଲା କିନ୍ତୁ ପରେ କମ୍ପାନି ଏହାକୁ ପ୍ୟାକେଜ ଜରିଆରେ ମାଗଣାରେ ଲୋକଙ୍କ ନିକଟରେ ଉପଲବ୍ଧ କରାଇଥିଲା ।

ବ୍ରାଉଜର ନିଜର ଆରମ୍ଭ ସମୟରେ ବେଶ ଲୋକପ୍ରିୟ ହୋଇଥିଲା । ୨୦୦୩ରେ ଏହା ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ଏବଂ ୯୫ ପ୍ରତିଶତ ଲୋକେ ଏହାକୁ ବ୍ୟବହାର କରୁଥିଲେ । କିନ୍ତୁ ଏହା ବର୍ତ୍ତମାନର ବ୍ରାଉଜର ଗୁଡିକର ମୁକାବିଲା କରିପାରିଲା ନାହିଁ । ଯାହାର ପରିଣାମ ଆଜିର ଦିନରେ ମାତ୍ର ୫ ପ୍ରତିଶତ ଲୋକେ ଏହାକୁ ବ୍ୟବହାର କରୁଛନ୍ତି ।

ବ୍ରାଉଜର ଲଞ୍ଚ ସମୟରେ କମ ଲୋକଙ୍କ ପାଖରେ ଇଣ୍ଟରନେଟ ଉପଲବ୍ଧ ଥିଲା । ଲୋକଙ୍କୁ ଇଣ୍ଟରନେଟରେ କାମ କରିବାରେ ସମସ୍ୟା ହେଉଥିଲା । କିନ୍ତୁ ଏହି ବ୍ରାଉଜର ଆସିବା ପରେ ଲୋକଙ୍କ ୱେବସାଇଟରେ କାମ କରିବା ସହଜ ହୋଇଥିଲା, ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଏହା ବେଶ ଲୋକପ୍ରିୟ ହୋଇଥିଲା।

କମ୍ପାନି ନିଜ ଘୋଷଣାରେ କହିଛି, 'ୱିଣ୍ଡସ ୧୦ରେ ଇଣ୍ଟରନେଟ ଏକ୍ସପ୍ଲୋରର ସ୍ଥାନ ନେବ ମାଇକ୍ରସପ୍ଟ ଏଡ୍‌ଜ । ମାଇକ୍ରୋସପ୍ଟ ଏଡ୍‌ଜ ୟୁଜରଙ୍କୁ ଉତ୍ତମ ସେବା ଯୋଗାଇବା ସହ ଅଧିକ ସୁରକ୍ଷିତ ଏବଂ ଇଣ୍ଟରନେଟ ଏକ୍ସପ୍ଲୋରର ତୁଳନାରେ ଆଧୁନିକ ବ୍ରାଉଜିଂର ଅନୁଭବ ପ୍ରଦାନ କରିବ' ।

କମ୍ପାନି ଅନୁସାରେ ମାଇକ୍ରୋସପ୍ଟ ଏଡଜରେ ଇଣ୍ଟରନେଟ ଏକ୍ସପ୍ଲୋରର ମୋଡ(IE MODE) ଉପଲବ୍ଧ କରାଯିବ। ଏହାଦ୍ୱାର ୟୁଜର ଇଣ୍ଟରନେଟ ଏକ୍ସପ୍ଲୋରର ଆଧାରିତ ୱେବସାଇଟ ଏବଂ ଆପଲିକେସନ ବ୍ୟବହାର କରିପାରିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.