୧୮୦୦ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

Published By : Prameya-News7 Bureau | July 13, 2022 IST

ଓାଶିଂଟନ: ବିଶ୍ୱର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ମଧ୍ୟରେ ମାଇକ୍ରୋସଫ୍ଟ କମ୍ପାନୀ ନିଜର ୧୮୦୦ କର୍ମଚାରୀଙ୍କୁ ଛଟେଇ କରିଛି। ବିଭିନ୍ନ ଅଞ୍ଚଳରେ ଥିବା ଅଫିସ୍‌ର କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ଜୁନ ୩୦ ତାରିଖରେ ଆର୍ଥିକ ବର୍ଷ ସରିବା ପରେ ନୂଆ ବ୍ୟବସାୟ ଗ୍ରୁପ୍ ଗଠନ କରିବା ପାଇଁ ଏହି ଛଟେଇ କରାଯାଇଛି ବୋଲି କମ୍ପାନୀ କହିଛି। ନୂଆ ଆର୍ଥିକ ବର୍ଷ ପାଇଁ ମାଇକ୍ରୋସଫ୍ଟ କମ୍ପାନୀ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି କମ୍ପାନୀ ଘୋଷଣା କରିଛି।

କମ୍ପାନୀ କହିଛି “ ଅନ୍ୟ କମ୍ପାନୀଗୁଡ଼ିକ ଭଳି ଆଜି ଆମେ କିଛି କର୍ମଚାରୀଙ୍କୁ ଛଟେଇ କରିଛୁ। ନିୟମିତ ଭାବରେ ଆମେ ଆମର ବ୍ୟବସାୟ ଗୁରୁତ୍ୱକୁ ମୂଲ୍ୟାୟନ କରିଛୁ। ସେହି ଅନୁସାରେ ଏହାର ସାଂଗଠନିକ ରୂପକୁ ଗଢ଼ିଛୁ। ” ତେବେ ମାଇକ୍ରୋସପ୍ଟର ମୋଟ କର୍ମଚାରୀଙ୍କ ସଂଖ୍ୟା ୧.୮ ଲକ୍ଷ ଠାରୁ ଛଟେଇ ସଂଖ୍ୟା ଏକପ୍ରତିଶତରୁ କମ୍ ବୋଲି କମ୍ପାନୀ କହିଛି। ବିଭିନ୍ନ ଦେଶ ଓ ଡିପାର୍ଟମେଣ୍ଟରୁ ଏହି ଚାକିରି ଛଟେଇ କରାଯାଇଛି। କନସଲଟିଂ, କଷ୍ଟମର ଏବଂ ପାର୍ଟର ସିଲ୍ୟୁସନ ଆଦି ବିଭାଗରେ ଛଠେଇ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.