ଦ୍ବିତୀୟ ଦିନରେ ବି ମାଇକ୍ରୋସଫ୍ଟ ସର୍ଭର ଡାଉନ୍; ବିମାନ ବନ୍ଦରରେ ଯାତ୍ରୀଙ୍କ ଲମ୍ବା ଲାଇନ୍

Published By : Prameya-News7 Bureau | July 20, 2024 IST

ନୂଆଦିଲ୍ଲୀ: ଦ୍ବିତୀୟ ଦିନରେ ମାଇକ୍ରୋସଫ୍ଟ ସର୍ଭର ଡାଉନ୍ । ଫଳରେ ବୈଷୟିକ ଦୁନିଆ ଅଚଳ ହୋଇଛି । ମାଇକ୍ରୋସଫ୍ଟ ଡାଉନ ଯୋଗୁ ବିଶ୍ୱରେ ଅନଲାଇନ୍ ସେବା ପ୍ରଭାବିତ ହୋଇଛି । ବିଶେଷ କରି ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଦିଲ୍ଲୀ ଓ ଚେନ୍ନାଇ ସହିତ ବିଭିନ୍ନ ବିମାନ ବନ୍ଦରରେ ଯାତ୍ରଙ୍କ ଲମ୍ବା ଲାଇନ ଲାଗିଛି । ଅଫଲାଇନ୍ ବୋର୍ଡିଂ ପାସ୍ ବାହାର କରୁଛନ୍ତି ଯାତ୍ରୀ ।

ସେପଟେ ମାଇକ୍ରୋସଫ୍ଟ ଆଉଟ୍ଏଜ୍ ପାଇଁ ପ୍ରାୟ ୨୦୦ରୁ ଅଧିକ ବିମାନ ଉଡ଼ାଣ ରଦ୍ଦ ହୋଇଛି । କେବଳ ଇଣ୍ଡିଗୋର ୧୯୨ଟି ଫ୍ଲାଇଟ୍ କ୍ୟାନସେଲ୍ ହୋଇଛି । ବିଶ୍ବର ତିନୋଟି ବଡ଼ ବିମାନ ସଂସ୍ଥା ୟୁଏସ ଏୟାରଲାଇନ୍, ଅମେରିକାନ, ୟୁନାଇଟେଡ୍ ଏଣ୍ଡ୍ ଡେଲ୍ଟାର କମ୍ପାନିର ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି, ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି ।  ଏଥିପାଇଁ ଆଉ କିଛି ସମୟ ଲାଗିବ ବୋଲି କମ୍ପାନି କର୍ତ୍ତୃପକ୍ଷ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.