ଓଡିଶା ଆସିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ, କୃଷି ଭବନ ପରିଦର୍ଶନ କରିବେ

Published By : Prameya-News7 Bureau | February 26, 2024 IST

ଭୁବନେଶ୍ବର ୨୬।୨: ଓଡିଶା ଆସିବେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ । ଆସନ୍ତା ୨୮ ତାରିଖରେ ବିଲ୍ ଗେଟ୍ସ ଓଡିଶା ଆସିବା ନେଇ ସୂଚନା ମିଳିଛି । ବିଲ୍‌ ଗେଟ୍ସ ଓଡିଶା ଗସ୍ତ ବେଳେ ବିଲ୍‌ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ବିଲ୍ ଆଣ୍ଡ୍ ମେଲିଣ୍ଡା ଫାଉଣ୍ଡେସନ ସହ ଓଡିଶା ସରକାରଙ୍କର ଚୁକ୍ତି ହୋଇଥିଲା । କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା ।

You Can Read :

wp:embed {"url":"https://www.prameyanews7.com/alleged-theft-of-hanuman-temple-at-borigumma/","type":"wp-embed","providerNameSlug":"prameya-news-7"}
https://www.prameyanews7.com/alleged-theft-of-hanuman-temple-at-borigumma/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.