ଭୁବନେଶ୍ବର ପହଞ୍ଚିଲେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା, ବୁଧବାର କୃଷି ଭବନ କାର୍ଯ୍ୟକ୍ରମରେ ଯୋଗଦେବେ

Published By : Prameya-News7 Bureau | February 27, 2024 IST

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ୍‌ ଗେଟ୍ସ। ବୁଧବାର କାଲି କୃଷି ଭବନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତରେ ବିଲ୍‌ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ବିଲ୍ ଆଣ୍ଡ୍ ମେଲିଣ୍ଡା ଫାଉଣ୍ଡେସନ ସହ ଓଡିଶା ସରକାରଙ୍କର ଚୁକ୍ତି ହୋଇଥିଲା । କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା । ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା ହୋଇଥିଲା ।

ବିଲ ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି । ରାଜ୍ୟରେ କୃଷି ବିକାଶ କିପରି ହୋଇ ତାହାର ଅନୁଧ୍ୟାନ କରିବେ ବିଲ ଗେଟ୍ସ। ବିଶେଷକରି କୃଷି ବିଭାଗ କିପରି ଯୋଜନା ଲାଗୁ କରୁଛି ତାହା ଅନୁଧ୍ୟାନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.