ମାଇକ୍ରୋସଫ୍ଟ ଓ ଆମାଜନରେ ଛଟେଇ, ବୁଧବାର ଠାରୁ ଆରମ୍ଭ ହୋଇପାରେ ପ୍ରକ୍ରିୟା
18/01/2023 at 11:40 AM

ନୂଆଦିଲ୍ଲୀ: ଆମାଜନ, ମେଟା, ସ୍ନାପ୍ ଚାଟ୍ ଭଳି ମାଇକ୍ରୋସଫ୍ଟ ନିଜର ବୈଷୟିକ ବଳ ହ୍ରାସ କରିବାକୁ ଯାଉଛି । କମ୍ପାନୀ ପକ୍ଷରୁ କର୍ମଚାରୀ ଛଟେଇ କରିବା ନିଷ୍ପତ୍ତି ନେଆଯାଇଛି । ଆଇଟି ଏବଂ ଇ-କମର୍ସ କମ୍ପାନୀ ମାନେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଛଟେଇ କରୁଥିବା କୁହାଯାଉଛି ।
ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟ, ମାଇକ୍ରୋସଫ୍ଟ ବୁଧବାର ଠାରୁ କର୍ମଚାରୀଙ୍କୁ ବାହାର କରିବା ପ୍ରକ୍ରିୟା ଆରମ୍ଭ କରିବା । ଇଞ୍ଜିନିୟରିଂ ଡିଭିଜନରେ କର୍ମଚାରୀ ହ୍ରାସ ତଥା ଛଟେଇ ପାଇଁ ଘୋଷଣା ହୋଇପାରେ । ମାଇକ୍ରୋସଫ୍ଟ ପ୍ରବକ୍ତା ଏଏଫପିକୁ ଏହା ଉପରେ ଟିପ୍ପଣୀ କରିବାକୁ ନା କରିଦେଇଛନ୍ତି । ଏହା ଏକ ମିଛ ଖବର ବୋଲି କହିଛନ୍ତି ।
ଓ୍ବାସିଂଟନରେ ଥିବା ମାଇକ୍ରୋସଫ୍ଟ କମ୍ପାନୀରେ ପ୍ରାୟ ୨,୨୦,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ରହିଛନ୍ତି । କମ୍ପାନୀ ଗତବର୍ଷ ଦୁଇଥର କର୍ମଚାରୀଙ୍କୁ ଛଟେଇ କରିଥିଲା । ଗତ ବର୍ଷ ମାଇକ୍ରୋସଫ୍ଟ ଅନ୍ତମ ତିନି ମାସର ବ୍ୟବସାୟ ରିପୋର୍ଟ ପ୍ରକାଶ କରିବାର ୩ମାସ ପୂର୍ବରୁ ଛଟେଇ ଘୋଷଣା କରିଥିଲା । ଗତକିଛି ସପ୍ତାହ ହେଲା ବଡ଼ ବଡ଼ ସେଲଫୋର୍ସ ଏବଂ ଅମାଜନରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରୁଥିବା ଦେଖିବାକୁ ମିଳୁଛି ।
ଚଳିତ ବର୍ଷ ଆରମ୍ଭରୁ ଆମାଜନ ଅନଶ୍ଚିତ ଅର୍ଥ ବ୍ୟବସ୍ଥାକୁ ନେଇ ୧୮ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି । ଏହି ପ୍ରକ୍ରିୟା ଏବେ ଆରମ୍ଭ ହେବାକୁ ଯାଉଛି । ମାତ୍ର ମହାମାରୀ ସମୟରେ ଅନଲାଇନ୍ ରିଟେଲ୍ ବେହେମୋଥ ଦ୍ରୁତ ନିଯୁକ୍ତି ଦେଇଥିଲା ।
ସେହିପରି ମେଟା ମଧ୍ୟ ନଭେମ୍ବର ମାସରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ ପାଇଁ ଘୋଷଣା କରିଥିଲା । ବିଜ୍ଞାପନ କ୍ଷେତ୍ରରେ ରାଜସ୍ବ ହ୍ରାସ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସେହିଭଳି ସ୍ନାପ୍ ଚାଟ୍ ନିଜ ମୋଟ୍ କର୍ମଚାରୀଙ୍କ ମଧ୍ୟରୁ ୨୦ ପ୍ରତିଶତ ହ୍ରାସ କରିଛି । ଆଇଟି କମ୍ପାନୀମାନେ ଚଳିତ ବର୍ଷ ଆରମ୍ଭକୁ ପ୍ରାୟ ୧୦ ପ୍ରତିଶତ କର୍ମଚାରୀ ତଥା ୮ ହାଜର ଛଟେଇ କରିଛନ୍ତି । ଅନ୍ୟପଟେ ଟ୍ବିଟର ମଧ୍ୟ ୭.୫୦୦ କର୍ମଚାରୀଙ୍କୁ ବାହାର କରିଦେଇଛି ।