ନୂଆଦିଲ୍ଲୀ ୧୨।୯: ମାଇକ୍ରୋସଫ୍ଟ ୩୬୫ ସେବାଗୁଡିକ ଗୁରୁବାର ଠପ ହୋଇଯାଇଛି। ଫଳରେ ୧୬ ହଜାରରୁ ଅଧିକ ୟୁଜରଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଆଉଟେଜ ଟ୍ରାକିଂ ୱେବସାଇଟ୍ ଡାଉନ ଡିଟେକ୍ଟର ଡଟ୍ କମ୍ ଅନୁସାରେ ଏହି ଘଟଣା ଅନେକ ୟୁଜରଙ୍କୁ ପ୍ରଭାବିତ କରିଛି। ୨ ମାସ ପୂର୍ବେ ଏକ ସଫ୍ଟୱେର ଅପଡେଟ୍ ଯୋଗୁ ପାଖାପାଖି ୮.୫ ନିୟୁତ ୱିଣ୍ଡୋଜ ଡିଭାଇସ ଉପରେ ପ୍ରଭାବ ପଡିଥିଲା। ଫଳରେ ଏୟାରଲାଇନ୍ସ, ବ୍ୟାଙ୍କ ଓ ହେଲଥ୍ କେୟାର ଭଳି ପ୍ରମୁଖ ସେବା ପ୍ରଭାବିତ ହୋଇଥିଲା।
ମାଇକ୍ରୋସଫ୍ଟ ୩୬୫ ସେବା ଠପ ନେଇ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ଆମେ ସେହି ସମସ୍ୟାଗୁଡିକର ଯାଞ୍ଚ କରୁଛୁ ଯେଉଁଥିରେ ୟୁଜର ମାଇକ୍ରୋସଫ୍ଟ ୩୬୫ ସର୍ଭିସେସର ଉପଯୋଗ କରିପାରୁ ନାହାନ୍ତି। ତେବେ କମ୍ପାନୀ ଏହି ଆଉଟେଜର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି କହିନାହାନ୍ତି। ଏହା ବି କହି ନାହାନ୍ତି ଯେ ସମସ୍ୟା କେବେ ପର୍ଯ୍ୟନ୍ତ ରହିବ। ମାଇକ୍ରୋସଫ୍ଟର ଅଜୁରେ କ୍ଲାଉଡ ପ୍ଲାଟଫର୍ମ କହିଛନ୍ତି ଏଟିଆଣ୍ଡଟି ନେଟୱାର୍କ ସହିତ ସଂଯୁକ୍ତ ହେବାରେ ସମସ୍ୟା ଆସୁଛି। ଯାହାର ଯାଞ୍ଚ କରାଯାଉଛି।
ମାଇକ୍ରୋସଫ୍ଟ ସେବାରେ ହେଉଥିବା ସମସ୍ୟାର ସମ୍ଭାବିତ କାରଣ ଏଟି ଆଣ୍ଡ ଟି ନେଟୱାର୍କ ହୋଇପାରେ। ତେବେ ଏଟି ଆଣ୍ଡଟି ଏହା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଡାଉନ ଡିଟେକ୍ଟର ଅନୁସାରେ ପାଖାପାଖି ୪ହଜାର ୟୁଜର ଏଟିଆଣ୍ଡଟି ସେବା ସମ୍ପର୍କିତ ସମସ୍ୟାର ଅଭିଯୋଗ କରିଛନ୍ତି। ଏହା ଛଡା ୧୬,୫୦୦ରୁ ଅଧିକ ୟୁଜର ମାଇକ୍ରୋସଫ୍ଟ ୩୬୫ ସେବା ପର୍ଯ୍ୟନ୍ତ ପହଞ୍ଚିବାରେ ଅସୁବିଧା ହେଉଥିବାର ସୂଚନା ଦେଇଛନ୍ତି।