ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ ଗେଟ୍ସ, ପ୍ରକଳ୍ପ କାର୍ଯ୍ୟକାରୀ ନେଇ କଲେ ସମୀକ୍ଷା

Published By : Prameya-News7 Bureau | February 28, 2024 IST

ଭୁବନେଶ୍ୱର ୨୮/୦୨: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ମୁଖ୍ୟମନ୍ତ୍ରୀ ଭେଟି ଅନେକ ବିଷୟରେ ଆଲୋଚନା କରିଛନ୍ତି । ଏହା ପୂର୍ବରୁ କୃଷି ଭବନରେ କୃଷୀ ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ କୃଷି କ୍ଷେତ୍ରର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସେ୍ ଆପ୍ଲିକେସନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି କୃଷି ସମୀକ୍ଷା କେନ୍ଦ୍ର । ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି । ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା ।

ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିଛନ୍ତି ବିଲ ଗେଟ୍ସ ।

you can also read

wp:embed {"url":"https://www.prameyanews7.com/bill-gates-in-krushi-bhawan/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bill-gates-in-krushi-bhawan/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.