ମିଆଁମାରରେ ଭୟଙ୍କର ସଙ୍ଘର୍ଷ : ୩୦ ନୀରିହଙ୍କୁ ମାରିଦେଲା ସେନା, ମୃତକଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧ

Published By : Prameya-News7 Bureau | December 26, 2021 IST

ବର୍ମା, ୨୬|୧୨ : ମିଆଁମାରରେ ଭୟଙ୍କର ସଙ୍ଘର୍ଷ । ୩୦ ମୃତ । ଶୁକ୍ରବାର ସମସ୍ତଙ୍କ ମୃତଦେହକୁ ପୋଡିଲେ ସ୍ଥାନୀୟ ଲୋକେ । ଏପରି ଘଟଣା ସାମ୍ନାକୁ ଆସିଛି ମିଆଁମାରର ଟୋର୍ନ୍ କାୟା ରାଜ୍ୟରେ । ସ୍ଥାନୀୟ ଗଣମାଧ୍ୟମ ଓ ମାନବାଧିକାର ସଙ୍ଗଠନର ସଦସ୍ୟ ଏନେଇ ସୂଚନା ଦେଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶୁକ୍ରବାର କାୟା ରାଜ୍ୟର ମୋ ସୋ ଗ୍ରାମରେ ଅନେକ ବ୍ୟକ୍ତିଙ୍କ ମୃତଦେହ ପୋଡାଯାଇଥିଲା । ଏଥିରେ ଶିଶୁ ଓ ମହିଳା ବି ସାମିଲ ଥିଲେ । ଏମାନଙ୍କୁ ସେଠାକାର ସେନା ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ସେନା ଏମାନଙ୍କୁ ଆତଙ୍କବାଦୀ ସଜାଇ ହତ୍ୟା କରିଛି । ଏହି ନୀରିହଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିବା ବି କହିଛି ସେନା ।

ରିପୋର୍ଟରେ ଆହୁରି ମଧ୍ୟ କହୁଛି ଯେ, ସେନା ବାହିନୀର କିଛି ଯବାନ ତଲାସୀ କରୁଥିଲେ । ଏହି ସମୟରେ ୭ଟି ଗାଡିରେ ମହିଳା, ଶିଶୁ ଓ ବୃଦ୍ଧା ମାନେ କେଉଁ ଆଡେ ଯାଉଥିଲେ । ସେମାନଙ୍କୁ ଅଟକିବା ପାଇଁ କୁହାଯାଇଥିଲା । ହେଲେ ସେମାନେ ରହିନଥିଲେ । ଫଳରେ ଯବାନମାନେ ଗୁଳି ଚାଳନା କରିଥିଲେ । ଏହି ଘଟଣାକୁ କରେନି ନ୍ୟାଶନାଲ ଡିଫେନ୍ସ ଫୋର୍ସ ନିନ୍ଦା କରିଛି । ମୃତକମାନେ ତାହାର ସଦସ୍ୟ ନଥିଲେ ବୋଲି ସେ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.