ସ୍ୱତନ୍ତ୍ରତାର ୭୫ ବର୍ଷ ଅବସରରେ କଏଦୀ ବି ନେବେ ସ୍ୱାଧୀନତାର ନିଶ୍ୱାସ, ମୁକ୍ତ କରିବାକୁ ରାଜ୍ୟଙ୍କୁ ଆଦେଶ

Published By : Prameya-News7 Bureau | June 14, 2022 IST

ନୂଆଦିଲ୍ଲୀ, ୧୪/୦୬: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କିଛି ଖାସ୍‌ ଶ୍ରେଣୀର କଏଦୀଙ୍କ ସଜାକୁ କ୍ଷମା କରିବା ପାଇଁ କହିଛନ୍ତି । ଗୃହ ମନ୍ତ୍ରଣାଳୟ ଏନେଇ କହିଛି ଯେ ୫୦ ବର୍ଷରୁ ଅଧିକ ବୟସର ମହିଳା କଏଦୀ ଏବଂ ଟ୍ରାନ୍ସଜେଣ୍ଡର ଦୋଷୀଙ୍କୁ ତନି ପର୍ଯ୍ୟାୟରେ ଜେଲ୍‌ରୁ ଖଲାସ କରିଯାଇ ପାରିବ । ସେମାନଙ୍କର ଆଚରଣ ନେଇ ସ୍ୱତନ୍ତ୍ର ଭାବେ ଲକ୍ଷ୍ୟ ରଖାଯିବ । ଏଥିସହିତ ଏହି ଲାଭ ସେମାନଙ୍କୁ ମିଳିବ ଯେଉଁମୋନଙ୍କୁ ପୂର୍ବ ୩ ବର୍ଷରେ ଦଣ୍ଡିତ କରାଯାଇନଥିବ ଏବଂ ସେମାନେ ନିଜର ଅଧା ସଜା ପୂରଣ କରିସାରିଥିବେ । ଏପରି କଏଦୀଙ୍କୁ ସ୍ୱତନ୍ତ୍ରତା ଦିବସ ଓ ଗଣତନ୍ତ୍ର ଦିବସ ୨୦୨୩ରେ ଛଡ଼ାଯିବ । ପୁରୁଷ କଏଦୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ଏଥିପାଇଁ ସେମାନଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ଗୃହ ମନ୍ତ୍ରଣାଳୟ କହିଛି ।

ମନ୍ତ୍ରଣାଳୟର ପତ୍ର ମୁତାବିକ, ବିଶେଷ ଯୋଜନା ମାଧ୍ୟମରେ ଅନ୍ୟ କଏଦୀଙ୍କୁ ମଧ୍ୟ କ୍ଷମା କରାଯାଇ ପାରିବ । ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ କଏଦୀ ଏବଂ ମାନସିକ ବିକାରଗ୍ରସ୍ତ କଏଦୀ ସାମିଲ୍‌ ରହିଛନ୍ତି । କିନ୍ତୁ ସେମାନେ ସେମାନଙ୍କର ୬୬ ପ୍ରତିଶତ ସଜା କାଟି ସାରିଥିବେ । ଏହି ଯୋଜନାରେ ଗରିବ କଏଦୀ ମଧ୍ୟ ସାମିଲ୍‌ ରହିଛନ୍ତି । ଯେଉଁମାନେ କି ସଜା ପୂରଣ କରିସାରିଛନ୍ତି । କିନ୍ତୁ ଜରିମାନା ଦେଇ ନପାରି ସେମାନେ ଏବେବି ସଜା କାଟୁଛନ୍ତି ।

ଅନ୍ୟପଟେ ୧୮ରୁ ୨୧ ବର୍ଷ ମଧ୍ୟରେ ଅପରାଧ ଘଟାଇଥିବା କଏଦୀ ମଧ୍ୟ ଏହି ଯୋଜନାରେ ସିମିଲ୍‌ ରହିଛନ୍ତି । ଯେଉଁମାନଙ୍କର କି ଅପରାଧିକ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ନାହିଁ ଏବଂ ସେମାନେ ସଜାର ୫୦ ପ୍ରତିଶତ କାଟି ସାରିଥିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.