ସାମ୍ନାକୁ ଆସିଲା ଏମଜି ଇଭି କମେଟର ମୂଲ୍ୟ, ୭.୭୮ ଲକ୍ଷ ଟଙ୍କାରୁ ଆରମ୍ଭ

Published By : Prameya-News7 Bureau | May 06, 2023 IST

ନୂଆଦିଲ୍ଲୀ ୦୬/୦୫- ମୋରିସସ୍ ଗ୍ୟାରେଜର ଇ-ଜାନ କମେଟ୍ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଥିଲା। କାରର ସମସ୍ତ ସୁବିଧା ବିଷୟରେ କମ୍ପାନୀ ପୂର୍ବରୁ ସୂଚନା ଦେଇଥିଲେ ବି ଏହାର ମୂଲ୍ୟ ପ୍ରକାଶ କରିନଥିଲା। ତେବେ ଏହାର ମୂଲ୍ୟ ୧୦ ଲକ୍ଷ ତଳେ ରହିବ ବୋଲି ଅନୁମାନ କରାଯାଉଥିଲା। ଅନୁମାନ ସତ ହୋଇଛି। ଗତକାଲି(ମେ ୫) କମ୍ପାନୀ ଇ-କାରର ମୂଲ୍ୟ ପ୍ରକାଶ କରିଛି। ଏସବୁ ୧୦ ଲକ୍ଷ ତଳେ ରହିଛି।

ଏମଜି କମେଟର ତିନୋଟି ଭ୍ୟାରିଏଣ୍ଟ ଲଞ୍ଚ ହୋଇଥିବା ବେଳେ ଏଗୁଡ଼ିକର ମୂଲ୍ୟ ଅଲଗା ଅଲଗା ରହିଛି। ଏହି କାରର ବ୍ୟାସ୍ ଭ୍ୟାରିଏଣ୍ଟ ମୂଲ୍ୟ ୭.୭୮ ଲକ୍ଷରୁ ଆରମ୍ଭ ହୋଇଛି ସେହିପରି ଟପ୍ ଭ୍ୟାରିଏଣ୍ଟର ମୂଲ୍ୟ ୧୦ ଲକ୍ଷ ତଳେ ରହିଛି।

MG Comet EV to get a special edition model; takes design influence from  gamers | HT Auto

ଆସନ୍ତୁ ଜାଣିବା କେଉଁ ବ୍ୟାରିିଏଣ୍ଟ ପାଇଁ କେତେ ?
କମ୍ପାନୀ ପେସ୍, ପ୍ଲେ ଓ ପ୍ଲସ୍ ନାଁରେ ତିନୋଟି ଭ୍ୟାରିଏଣ୍ଟ ଲଞ୍ଚ କରିଛି। ବେସ୍ ଭ୍ୟାରିଏଣ୍ଟ ପେସର ମୂଲ୍ୟ ୭.୭୮ ଲକ୍ଷ ରହିଥିବା ବେଳେ, ପ୍ଲେ ର ମୂଲ୍ୟ-୨୮ ଲକ୍ଷ ଓ ପ୍ଲସର ମୂଲ୍ୟ ୯.୯୮ ଲକ୍ଷ ରହିଛି। ଏଗୁଡ଼ିକ ଏକ୍ସ ଶୋ ରୁମ ମୂଲ୍ୟ ରହିଥିବା ବେଳେ ପ୍ରଥମ ୫ ହଜାର ଗ୍ରାହକଙ୍କ ପାଇଁ ଏହି ମୂଲ୍ୟରେ ଇ-କାର ଉପଲବ୍ଧ ହେବ। ଏମଜି କମେଟର ବୁକିଂ ମେ ୧୫ ତାରିଖ ଦିନ ୧୨ ଟାରେ ଆରମ୍ଭ ହେବ। ଏହାପରେ ମେ ୨୨ ତାରିଖରୁ କାର୍ ବୁକିଂ ଆରମ୍ଭ ହେବ।

ନିକଟରେ ଏମ୍‌ଜି ମୋଟର ଇଣ୍ଡିଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ଚବା ଗଣାଧ୍ୟମକୁ କହିଥିଲେ ଯେ କମେଟ କାର୍ ଥରେ ଚାର୍ଜ ହେଲେ ୨୩୦ କିମି ଯିବ। ସହର ଭିତରେ ଏହି କାର୍‌ର ବ୍ୟବହାର ପାଇଁ ଉପଯୋଗୀ। ତେଣୁ ଏହାର ମୂଲ୍ୟ ସୁହାଇଲା ଭଳି ରହିବ।
କାର ଉପରୁ ପରଦା ହଟାଇଲା ବେଳେ ଶ୍ରୀ ଚବା କହିଥିଲେ ଯେ ଯଦି ଆପଣ ମାସକୁ ୧୦୦୦ କିମି ଗାଡ଼ି ଚଳାଇବେ ତେବେ କାର୍‌କୁ ମାତ୍ର ୫ ଥର ଚାର୍ଜ କରିବାକୁ ପଡ଼ିବ।

{"width":837,"height":508}
Future of Driving with MG Comet EV - Small and Smart Electric Car

ଥରେ ଛାର୍ଜ କଲେ କମ୍ପାନୀ ନିଃସନ୍ଦେହ ୨୦୦ କିମି ଯିବ। ବିଜଳୁ ଦର ୟୁନିଟ ପିଛା ୬ ଟଙ୍କା ଖର୍ଚ୍ଚକୁ ହିସାବ କଲେ ଆପଣଙ୍କୁ ୧୦୦୦ କିମି ଡ୍ରାଇଭିଂ କରିବାକୁ ହେଲେ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅର୍ଥାତ୍ କାର୍ ଚଳାଇବା ମୂଲ୍ୟ ଏକ ପିଜା, ପିଭିଆଇର ଟିକେଟ୍ ଓ ଦୁଇ କପ କଫିର ମୂଲ୍ୟ ଠାରୁ ବି କମ।

ସେ ଆହୁରି କହିଥିଲେ ଯେ ଆମର ସର୍ଭେ ଅନୁସାରେ, ଲୋକେ ମାସକୁ ପେଟ୍ରୋଲ ବାବଦକୁ ୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ତା ସହିତ ଗାଡ଼ିର ମେଣ୍ଟେନାନ୍ସ ଖର୍ଚ୍ଚ ବି ରହୁଛି। କମେଟ୍ କାର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ କମେଟ୍ କାର୍‌ରେ ୧୭.୩ KWH li-ion ବ୍ୟାଟେରୀ ଦିଆଯାଇଛି।

MG Comet is for the practical buyer. The EV has an operating cost of 75  paise per km

୭ ଘଣ୍ଟାରେ କାର୍ ବ୍ୟାଟେରୀ ଫୁଲ୍ ଚାର୍ଜ ହୋଇଯିବ। ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧୦-୧୨ ଲକ୍ଷ ଭିତରେ ରହିପାରେ ବୋଲି କୁହାଯାଉଛି। ଅଟୋମେଟିକ ଟ୍ରାନ୍ସମିଶନ,ଦୁଇଟି ଫ୍ରଣ୍ଟ ଏୟାର ବ୍ୟାଗ୍ ଓ ରିଭର୍ସ ପାର୍କିଂ ବ୍ୟାଗ୍ ରହିଛି। ମେ ୧୫ ତାରିଖରୁ ଏହି କାର୍‌ର ବୁକିଁ ଆରମ୍ଭ ହୋଇଯିବ ଚବା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.