LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୨୦୨୩ ଶେଷ ପୂର୍ବରୁ ଆରମ୍ଭ ହେବ ମେଟ୍ରୋ ଟ୍ରେନ୍ କାମ, ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

26/05/2023 at 1:41 PM

ଭୁବନେଶ୍ୱର ୨୬/୦୫: ୨୦୨୩ ଶେଷ ପୂର୍ବରୁ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ DPR ପ୍ରସ୍ତୁତି ଚାଲିଛି । ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍ । ସେ କହିଛନ୍ତି ଭୁବନେଶ୍ୱର ମେଟ୍ରୋ ଟ୍ରେନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି । ଭୁବେନେଶ୍ୱର କଟକ ପାଇଁ DPR ପ୍ରସ୍ତୁତ ସରିଛି ।

ସେପଟେ ପ୍ରତିକ୍ରିୟା ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ । ସେ କହିଛନ୍ତି ଜାଗା ମିଶନ, drink from tap, ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି । Shg ଓ ବସ୍ତି ବାସିନ୍ଦାଙ୍କ ଉନ୍ନତି ଦିଗରେ କାର୍ଯ୍ୟ ଚାଲିଛି । ଲକ୍ଷେ ୬୨ହଜାର ୩୨୭ ଟି ଘର ନିର୍ମାଣ କରାଯାଇଛି । ସମସ୍ତ ୧୧୫ ପୌରାଞ୍ଚଳ ର ୨୦୫୫ ୱାର୍ଡରେ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରାଯାଉଛି ।

ମାର୍ଚ୍ଚ ୨୦୨୪ ସୁଦ୍ଧା ଭୁବନେଶ୍ୱର ରେ ସରିବ drink from tap ଯୋଜନା । ରାଉରକେଲା, କଟକ ଓ ବ୍ରହ୍ମପୁରରେ ୨୦୨୩ ଶେଷ ସୁଦ୍ଧା ସରିବ drink from tap ଯୋଜନା । ଜାଗା ମିଶନ ଜରିଆରେ ଲୋକଙ୍କୁ ଜମି ଅଧିକାର ପ୍ରଦାନ କରି ବିଜୁ ଆଦର୍ଶ କଲୋନୀରେ ବର୍ତ୍ତମାନ ସୁଦ୍ଧା ୭୭୨ଟି ବସ୍ତି କୁ ବିଜୁ ଆଦର୍ଶ କଲୋନୀରେ ପରିବର୍ତ୍ତିତ କରାଯାଇଛି । ଗଞ୍ଜାମ ର 4ଟି ସହର ହିଞ୍ଜିଳକାଟୁ, ଦିଗପହଣ୍ଡି, ରମ୍ଭା ଓ ପୁରୁଷୋତ୍ତମପୁର କୁ ମିଳିଛି ବସ୍ତି ମୁକ୍ତ ମାନ୍ୟତା ।

   Related Posts