ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ ; ପାସ୍ ହାର ୮୦.୮୩ ପ୍ରତିଶତ

24/08/2021 at 3:36 PM

ଭୁବନେଶ୍ବର ୨୪/୦୮ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । www.bseodisha.ac.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ଅଛି । ମୋଟ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାରେ ପାସ୍‌ କରିଥିବା ସୂଚନା ମିଳିଛି । ମୋଟ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୩୧୦୦ ଛାତ୍ର ଏବଂ ୨୧୩୩ ଛାତ୍ରୀ ପାସ୍‌ କରିଛନ୍ତି । ଅଫଲାଇନରେ ଛାତ୍ରୀଙ୍କ ତୁଳନାରେ ଛାତ୍ର ଆଗରେ ରହିଛନ୍ତି । A1 ରେ ୪୨ ଜଣ ପାସ କରିଛନ୍ତି । A2ରେ ୨୫୫ ଜଣ, B2ରେ ୩୪୮ ଜଣ, B2ରେ ୪୫୮ ଜଣ ପାସ କରିଛନ୍ତି । ସେହିଭଳି C ଗ୍ରେଡ୍‌​‌ରେ ୫୯୯ ଏବଂ D ଗ୍ରେଡ୍‌ରେ ୮୪୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଅଫଲାଇନରେ ମୋଟ ୬୬୨୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ କିନ୍ତୁ ୧୦୮୬ ଜଣ ପରୀକ୍ଷା ଦେଇନଥିଲେ । ଅନଲାଇନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ଦେବାକୁ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଏହି କ୍ରମରେ ପରୀକ୍ଷା କରାଯାଇ ମଙ୍ଗଳବାର ଫଳ ପ୍ରକାଶ କରାଯାଇଛି ।

   Related Posts