#MeToo: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିରୋଧରେ ସଞ୍ଜନା ସାଂଙ୍ଘଭି ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ

Published By : Prameya-News7 Bureau | October 19, 2018 IST

ମୁମ୍ବାଇ ୧୯/୧୦ : ଟିଭି ସିରିଏଲ ଦୁନିଆରୁ ନିଜର  କ୍ୟାରିଅର ଆରମ୍ଭ କରିଥିବା ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିରୋଧରେ ଆସିଲା ଯୌନ ଉତ୍ପୀଡ଼ନ ମାମଲା | # MeToo ଅଭିଯାନରେ ସୁଶାନ୍ତ ମଧ୍ୟ ପଛରେ ନାହାନ୍ତି | ତେବେ ସୁଶାନ୍ତଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ସଞ୍ଜନା ସାଂଙ୍ଘଭି | ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲ ରିପୋର୍ଟ ଅନୁଯାୟୀ, ‘କିଜି ଅର ମେନି’ ଫିଲ୍ମର ସୁଟିଂ ବେଳେ ସୁଶାନ୍ତ ସିଂ ଫିଲ୍ମର ଅଭିନେତ୍ରୀ ସଞ୍ଜନା ସାଂଙ୍ଘଭିଙ୍କ ସହିତ ଅସଦାଚରଣ କରିଥିଲେ | ଯାହାଫଳରେ ଫିଲ୍ମର ସୁଟିଂ ଅଧାରୁ ବନ୍ଦ କରିବାକୁ ପଡିଥିଲା | ତେବେ ଅସଦାଚରଣ ଅଭିଯୋଗ ଉପରେ ସୁଶାନ୍ତ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି | ସୁଶାନ୍ତ ସିଂ ନିଜ ସପକ୍ଷରେ ସୁଟିଂ ସେଟରେ ସଞ୍ଜନାଙ୍କ ସହିତ କରିଥିବା ଚାଟିଙ୍ଗର ସ୍କ୍ରିନ ସଟ ଟ୍ୱିଟରରେ ସେୟାର କରିଛନ୍ତି | ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ନିଜର ବ୍ୟକ୍ତିଗତ ଇନଫର୍ମେଶନ ସୋସିଆଲ ମିଡ଼ିଆରେ ସେୟାର କରିବା ପାଇଁ ଖରାପ ଲାଗୁଛି, କିନ୍ତୁ ଏହା ଛଡା ଆଉ କୌଣସି ଉପାୟ ନାହିଁ | ତେବେ ଶୁଣିବାକୁ ମିଳୁଛି କି ସୁଶାନ୍ତ ସିଂଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ତାଙ୍କର ଟ୍ୱିଟର ଆକାଉଣ୍ଟକୁ ଅନ ଭେରିଫାଏଡ କରିଦିଆଯାଇଛି | ତେବେ ଏହି ଅଭିଯୋଗ ସମ୍ପର୍କରେ ମଧ୍ୟ ସୁଶାନ୍ତ ନିଜର ସଫେଇ ଦେଇଛନ୍ତି ।  ଟ୍ୱିଟର ଗତ ସେପ୍ଟେମ୍ବର ୫ ତାରିଖରେ ହିଁ  ତାଙ୍କ ଆକାଉଣ୍ଟରୁ ନୀଳ ଚିହ୍ନ ହଟେଇଦେଇଥିଲେ | ସେଥିପାଇଁ କୌଣସି ଅନୁସନ୍ଧାନ ନକରି କୌଣସି ନିଷ୍କର୍ସ ବାହାର କରିବା ପାଇଁ ସେ ମନା କରିଛନ୍ତି | ତେବେ ଏହି ଫିଲ୍ମର ନିର୍ଦେଶକ ମୁକେଶ ଛାବ୍ରାଙ୍କ ଉପରେ ମଧ୍ୟ ଅଭିଯୋଗ ଆସିଛି | ସୁଶାନ୍ତ ସିଂଙ୍କ ବିରୋଧରେ ସଞ୍ଜନା ନିର୍ଦେଶକଙ୍କୁ ମଧ୍ୟ କହିଥିଲେ କିନ୍ତୁ ସେ ଅଭିଯୋଗକୁ ଗୁରୁତ୍ବ ଦେଇନଥିଲେ ବୋଲି ସଞ୍ଜନା ଅଭିଯୋଗ କରିଛନ୍ତି | ଏହି ମାମଲାରେ ସଞ୍ଜନାଙ୍କ ବାପା ମା ମଧ୍ୟ ନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ ।  କିନ୍ତୁ ସେ କୌଣସି ପ୍ରତିକ୍ରିୟା ନରଖି ଅଭିଯୋଗକୁ ହସରେ ଉଡ଼େଇଥିଲେ ବୋଲି ସଞ୍ଜନାଙ୍କ ବାପା ମା ଅଭିଯୋଗ କରିଥିଲେ | ତେବେ ଅଭିଯୋଗ ପରେ ଫିଲ୍ମକୁ ପ୍ରଡ୍ୟୁସ କରୁଥିବା ଫାକ୍ସ ଷ୍ଟାର ଇଣ୍ଡିଆ ନିର୍ଦେଶକ ମୁକେଶଙ୍କୁ ଫିଲ୍ମରୁ ବିତାଡିତ କରିଦେଇଥିଲେ | ଷ୍ଟାର ଇଣ୍ଡିଆ ଏନେଇ ଟ୍ୱିଟ କରି କହିଛି " ଏକ ଦାୟିତ୍ୱ ସମ୍ପନ୍ନ ସଂଗଠନ ହୋଇଥବରୁ ଆମେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣ, ଅସଦାଚରଣ ମାମଲାକୁ ଗମ୍ଭୀରତାର ସହ ନେଉ | ସେଥିପାଇଁ ମୁକେଶଙ୍କୁ ମଧ୍ୟ ଫିଲ୍ମରୁ ବାହାର କରାଯାଇଛି | "

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.