ଇଣ୍ଡିଆଲ ଆଇଡଲ୍ ଜଜ୍ ପଦରୁ ଓହରିଲେ ଅନୁ ମଲ୍ଲିକ- ଅନୁଙ୍କ ବିରୋଧରେ ଆସିଥିଲା ମି ଠୁ ଅଭିଯୋଗ

Published By : Prameya-News7 Bureau | November 21, 2019 IST

ମୁମ୍ବାଇ୨୧/୧୧: ଇଣ୍ଡିଆନ ଆଇଡଲ ସିଜିନ ଇଲେଭେନର ଜଜ ପଦରୁ ଓହରିଲେ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ।  ତାଙ୍କ ବିରୋଧରେ ଆସିଥିବା ମି ଠୁ ଅଭିଯୋଗ ସୋସିଆଲ ମିଡିଆରେ ତୀବ୍ର ରୂପ ଧାରଣ କରିଥିବା ବେଳେ ଆଜି ମହିଳା କମିଶନ ମଧ୍ୟ ଅନୁଙ୍କ ଅଡୁଆ ବଢ଼ାଇଥିଲେ। ସୋନି ଟିଭିରେ ଚାଲୁଥିବା ଏହି ରିଅଲିଟି ସୋରେ ଜଜ୍  ଭାବେ ଥିଲେ ଅନୁ ମଲିକ। 

ତେବେ ତାଙ୍କ ବିରୋଧରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିବା ସତ୍ତ୍ବେ ତାଙ୍କୁ କିଭଳି ନିଜ ସୋରେ ସ୍ଥାନ ଦେଲେ ବୋଲି ମହିଳା କମିଶନ ସୋନି ଟିଭିକୁ ପ୍ରଶ୍ନ କରିଥିଲେ।  ଗାୟିକା ସୋନା ମହାପାତ୍ରଙ୍କ ଟ୍ବିଟକୁ ସିଧାସଳଖ ଅଭିଯୋଗ ଭାବେ ଗ୍ରହଣ କରି ମହିଳା କମିଶନ ସୋନି ଟିଭି ଠାରୁ ଜବାବ ମାଗିଥିଲେ।  ପୂର୍ବରୁ ଇଣ୍ଡିଆନ ଆଇଡଲ ସିଜିନ ଟେନ୍ ରେ ମଧ୍ୟ  ଜଜ ଥିଲେ ଅନୁ ମଲ୍ଲିକ। ସେତେବେଳେ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ସୋନା ମହାପାତ୍ର ସୋସିଆଲ ମିଡିଆରେ କ୍ୟାମ୍ପେନ ଚଳାଇଥିଲେ।  ଫଳରେ ଅନୁଙ୍କୁ ସୋ ରୁ ହଟାଇ ଦିଆଯାଇଥିଲା। 

  ଏହା ସତ୍ତ୍ବେ ବି ସିଜିନ ଇଲେଭେନରେ ତାଙ୍କୁ ପୁଣି ଜଜ୍  ଭାବେ ସ୍ଥାନ ଦେଇଥିଲା ସୋନି ଟିଭି।  ଯାହାକୁ ନେଇ ସୋନା ମହାପାତ୍ରଙ୍କ ସହିତ ନେହା ଭାସିନ ଓ ଶ୍ବେତା ପଣ୍ଡିତ ମଧ୍ୟ  ମୁହଁ ଖୋଲିଥିଲେ।   ସ୍ଥିତି ପୁଣି ବିଗୁଡୁଥିବା   ଦେଖି ଅନୁମଲିକ ଟ୍ବିଟରରେ ପ୍ରତିକ୍ରିୟା ରଖି ନିଜକୁ ନିର୍ଦ୍ଦୋଷ ବୋଲି ବଖାଣିଥିଲେ। ତେବେ ମହିଳା କମିଶନଙ୍କ ନୋଟିସ ପରେ  ଆଜି ସେ ସୋରୁ ଓହରିଯାଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.