ଭୁବନେଶ୍ୱର ୨୫।୦୨ : ପାଣିପାଗ ବିଭାଗ ଆଲର୍ଟ । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ୍ ସିଟି ସହ ରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଖବର ଅନୁଯାୟୀ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନୟାଗଡ଼, କଟକ (କଟକ ସହର), ଖୋର୍ଦ୍ଧା (ଭୁବନେଶ୍ୱର ସହର), ସୁନ୍ଦରଗଡ଼, ସମ୍ବଲପୁର, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି । ତେବେ ପାଗକୁ ଦେଖି ଘରୁ ବାହାରକୁ ବାହାରିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ତେବେ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ସର୍ବାଧିକ ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗଞ୍ଜାମର ବେଲଗୁଣ୍ଠାରେ ୯୬ ମିଲିମିଟର ବର୍ଷା ହୋଇଛି । ରାଜ୍ୟର କିଛି ଜିଲ୍ଲାରେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
wp:embed {"url":"https://www.prameyanews7.com/radhika-merchant-net-worth/","type":"wp-embed","providerNameSlug":"prameya-news-7"}