ମେଟା, twitterଙ୍କ କର୍ମଚାରୀ ଛଟେଇରେ ନିଯୁକ୍ତିର ଦ୍ୱାର ଖୋଲିଦେଲେ ଜାଗୁଆର ଲ୍ୟାଣ୍ଡ ରୋଭର

Published By : Prameya-News7 Bureau | November 19, 2022 IST

ନୂଆଦିଲ୍ଲୀ ୧୯।୧୧: ମେଟା ଓ ଟ୍ୱିଟର କର୍ମଚାରୀଙ୍କ ଛଟେଇ ଚଳାଇଥିବା ବେଳେ ଜାଗୁଆର ଲ୍ୟାଣ୍ଡରୋଭର (ଜେଏଲଆର) ନିଯୁକ୍ତିର ଦ୍ୱାର ଖୋଲି ଦେଇଛି। ବ୍ରିଟିଶ ଅଟୋମୋବାଇଲ ନିର୍ମାତା ଏକ ବୟାନରେ ମେଟା ଓ ଟ୍ୱିଟରରୁ ଛଟେଇ କର୍ମଚାରୀମାନେ ଜେଏଲଆରରେ ରିକ୍ତ ଥିବା ଡିଜିଟାଲ ଓ ଇଞ୍ଜିନିୟରିଂ ପଦବୀ ଲାଗି ଆବେଦନ କରିପାରିବେ। ପ୍ରଯୁକ୍ତି ଫାର୍ମ ମାନଙ୍କର ଏପରି ଛଟେଇରେ ଜେଏଲଆର ଟେକ୍ ଇଣ୍ଡଷ୍ଟ୍ରିରୁ ବାହାରିଥିବା କର୍ମଚାରୀଙ୍କ ଲାଗି ଖୁବ୍ ଶୀଘ୍ର ଏକ ଜବ ପୋର୍ଟାଲ ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି।

ଏହି ପୋର୍ଟାଲରେ ମେଟା ଓ ଟ୍ୱିଟରର ପୂର୍ବ କର୍ମଚାରୀମାନେ ନିଜ ଲାଗି ଅବସର ତଲାସ କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଜାଗୁଆରର ମାଲିକାନା ଭାରତୀୟ କମ୍ପାନୀ ଟାଟାମୋଟର୍ସଙ୍କ ହାତରେ ରହିଛି। ଜେଏଲଆର ହାଇବ୍ରିଡ ୱାର୍କିଂ ପାଟର୍ଣ୍ଣ ଅଫର କରୁଛନ୍ତି। କମ୍ପାନୀ ୱେବସାଇଟରେ ଜାରି ପ୍ରେସ ରିଲିଜରେ ୮୦୦ ଅଧିକ ରିକ୍ତ ଡିଜିଟାଲ ପଦବୀ ଲାଗି ବୈଶ୍ୱିକ ହାଇରିଂ ଡ୍ରାଇଭ ମାଧ୍ୟମରେ ପୂରଣ କରିବେ ବୋଲି କହିଛନ୍ତି।

{"id":711287,"sizeSlug":"full","linkDestination":"none"}

ବୟାନରେ କୁହାଯାଇଛି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଅଟୋନମସ ଡ୍ରାଇଭିଂ, କ୍ଲାଉଡ ସଫ୍ଟୱେର, ଡାଟା ସାଇନ୍ସ, ଇଲେକ୍ଟ୍ରିଫିକେସନ ଓ ମେସିନ ଲର୍ଣ୍ଣିଂ ସମେତ ଅନେକ ଭୂମିକାର ରିକ୍ତ ପଦ ରହିଛି। ଏହି ସବୁ ପଦପଦବୀ ୟୁକେ, ଆର୍ୟଲ୍ୟାଣ୍ଡ, ଚୀନ୍‌ ସମେତ ଆମେରିକା, ହଙ୍ଗେରୀ ଓ ଭାରତରେ ଉପଲବ୍ଧ। ଜେଏଲଆରଙ୍କ ମୁଖ୍ୟ ସୂଚନା ଅଧିକାରୀ ଏନ୍ଥୋନୀ ବେଟେଲ ଏହି ଅବସରକୁ ଗୁରୁତ୍ୱପୂର୍ଣ୍ଣ ଆଗାମୀ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମର ଡିଜିଟାଲ ପରିବର୍ତ୍ତନ ଯାତ୍ରା ଭଲରେ ଚାଲିଛି। ତେବେ ଅତ୍ୟାଧିକ କୁଶଳ ଶ୍ରମିକଙ୍କୁ ନିଯୁକ୍ତ କରିବାକୁ ସକ୍ଷମ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମେଟା ତାର ୮ ୭ହଜାର କର୍ମଚାରୀଙ୍କର ୧୩ ପ୍ରତିଶତଙ୍କୁ ନିଯୁକ୍ତିରୁ ବାହାର କରିଛି। ଫଳରେ ୧୧ ହଜାର କର୍ମଚାରୀ ବେକାର ହୋଇଯାଇଥିବା ବେଳେ ଟ୍ୱିଟରରୁ ୪ହଜାର ୪୦୦, ଆମାଜନରୁ ୧୦ ହଜାର ଓ ମାଇକ୍ରୋସଫ୍ଟ ୧ ହଜାର କର୍ମଚାରୀଙ୍କୁ କମ୍ପାନୀରୁ ବାହାରକୁ ରାସ୍ତା ଦେଖାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.