ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ମସ୍କଙ୍କ ରାସ୍ତାରେ ଜୁକରବର୍ଗ, ଫେସବୁକରେ ବ୍ଲୁ ଟିକ୍ ପାଇଁ ଦେବାକୁ ପଡ଼ିବ ଟଙ୍କା, ଟ୍ୱିଟର ଠାରୁ ବି ଅଧିକ

19/02/2023 at 10:32 PM

ନୂଆଦିଲ୍ଲୀ: ଟ୍ୱିଟର ରାସ୍ତାରେ ଏବେ ମେଟା । ଟ୍ୱିଟର ପରି ଏବେ ମେଟା ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଭେରିଫାଏଡ୍ ସବସ୍କ୍ରିପସନ ସର୍ଭିସ ଘୋଷଣା କରିଛି । ଫେସବୁକର ମାଲିକ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି । ଖୁବଶୀଘ୍ର ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବ୍ଲୁ ଟିକ୍ ପାଇଁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିବ।

ରବିବାର ଫେବ୍ରୁଆରୀ ୧୯ରେ ମାର୍କ ଜୁକରବର୍ଗ ଫେସବୁକ ପୋଷ୍ଟ ଜରିଆରେ ସବସ୍କ୍ରିପସନ ସର୍ଭିସ ବାବାଦରେ ସୂଚନା ଦେଇଛନ୍ତି । ଜୁକରବର୍ଗ ନିଜ ପୋଷ୍ଟରେ ଲେଖିଛନ୍ତି, ଚଳିତ ସପ୍ତାହରେ ଆମେ ମେଟା ଭେରିଫାଇଡ୍ ଆରମ୍ଭ କରୁଛୁ ଯାହା ଏକ ସବସ୍କ୍ରିପସନ ସର୍ଭିସ ଅଟେ, ଯାହା ସରକାରୀ ପରିଚୟ ପତ୍ର ସହ ଆପଣଙ୍କ ଆକାଉଣ୍ଟକୁ ଯୋଡିବାକୁ ହେବ ।

ଜୁକରବର୍ଗଙ୍କ ଘୋଷଣା ଅନୁସାରେ, ଏବେ ଗ୍ରାହକ ଟଙ୍କା ଦେଇ ବ୍ଲୁକ ଟିକ୍ ପାଇପାରିବେ, ଯାହା ସମାନ ଆଇଡି ଥିବା ଫେକ୍ ଆକାଉଣ୍ଟଠାରୁ ସୁରକ୍ଷା ଏବଂ କଷ୍ଟର ସପୋର୍ଟ ହାସଲ କରିପାରିବେ । ଏହି ନୂଆ ଫିଚର ଫେସବୁକ ସେବାର ପ୍ରାମାଣିକତା ସୁରକ୍ଷାକୁ ବଢାଇବ ।

ମେଟା ଭେରିଫାଇଡ୍ ସର୍ଭିସର ଘୋଷଣା ସହ ଏଥିପାଇଁ ୟୁଜର୍ସଙ୍କୁ କେତେ ଟଙ୍କା ଦେବାକୁ ପଡିବ ତାହା ମଧ୍ୟ ସେ ଘୋଷଣା କରିଛନ୍ତି । ଜୁକରବର୍ଗଙ୍କ ଅନୁସାରେ, ଜଣେ ୟୁଜରଙ୍କୁ ୱେବ ଆଧାରିତ ଭେରିଫିକେସନ ପାଇଁ ପ୍ରତିମାସରେ ୧୧.୯୯ ଡଲାର (୯୯୨.୩୬ ଟଙ୍କା) ଏବଂ iOS ରେ ସେବା ପାଇଁ ପ୍ରତିମାସରେ ୧୪.୯୯ ଡଲାର (୧୨୪୦.୬୫ ଟଙ୍କା) ଦେବାକୁ ପଡିବ ।

   Related Posts