'ଫ୍ରି ଦ ନିପ୍ପଲ' କ୍ୟାମ୍ପେନ ଉପରୁ ବ୍ୟାନ ହଟାଇଲା ମେଟା, ଫେସବୁକ-ଇନଷ୍ଟାରେ ନଗ୍ନ ବକ୍ଷୋଜ ଫଟୋ ପୋଷ୍ଟ କରି ପାରିବେ ୟୁଜର

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ 'ଫ୍ରି ଦ ନିପ୍ପଲ' କ୍ୟାମ୍ପେନ ଉପରୁ ବ୍ୟାନ ହଟାଇଛି । ଏହାର ଅର୍ଥ ଏବେ କିଛି ମହିଳାଙ୍କୁ ନିଜ ନଗ୍ନ ଛାତି (ବ୍ରେଷ୍ଟ) ବା ବକ୍ଷୋଜର ଫଟୋ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପାଇଁ ଅନୁମତି ମିଳିବ । ଏକ ଦଶନ୍ଧି ପୂର୍ବେ ଫେସବୁକ ବ୍ରେଷ୍ଟର ନଗ୍ନ ଫୋଟ ପୋଷ୍ଟ କରିବା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ତେବେ ବର୍ତ୍ତମାନ ଏହାର ପେରେଣ୍ଟ କମ୍ପାନି ମେଟା ଏହି ନିୟମରେ ପରିବର୍ତ୍ତନ କରିଛି । ଏହି ବ୍ୟାନକୁ ବିରୋଧ କରି ଫେସବୁକ ବିରୋଧରେ ସାରା ଦୁନିଆରେ ମହିଳା ଅଧିକାରୀଙ୍କ ପାଇଁ ଲଢେଇ କରୁଥିବା ଲୋକେ ପ୍ରଦର୍ଶନ କରୁଥିଲେ । ମୁଖ୍ୟତଃ ଫ୍ରି ଦ ନିପ୍ପଲ ଅଭିଯାନ ଚଲାଉଥିବା ଲୋକେ ଏହାକୁ ବିରୋଧ କରିଥିଲେ । ସେମାନଙ୍କ କହିବା ଥିଲା, ଫେସବୁକ୍ ସେହି ମହିଳାଙ୍କୁ ପର୍ଣ୍ଣ ଷ୍ଟାର ପରି ବ୍ୟବହାର କରୁଛି ଯେଉଁମାନେ ନିଜର ବ୍ରେଷ୍ଟର ନଗ୍ନ ଫଟୋ ପୋଷ୍ଟ କରୁଛନ୍ତି ।

କଣ୍ଟେଣ୍ଟ ନୀତିକୁ ନେଇ ପରାମର୍ଶ ଦେଉଥିବା ଓଭରସାଇଟ୍ ବୋର୍ଡ ମେଟାକୁ ମହିଳା ଏବଂ ଟ୍ରାନ୍ସ ଲୋକଙ୍କ ନଗ୍ନ ବ୍ରେଷ୍ଟ ଫଟୋ ଉପରେ ବ୍ୟାନ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବାକୁ କହିଥିଲା । ଓଭରସାଇଟ୍ ବୋର୍ଡରେ ଶିକ୍ଷାବିତ୍, ରାଜନେତା ଏବଂ ସାମ୍ୱାଦିକଙ୍କ ଏକ ଗୋଷ୍ଠୀ ସାମିଲ ଥାଏ, ଯାହା କମ୍ପାନିକୁ ଏହାର କଣ୍ଟେଣ୍ଟ-ମଡରେସନ ପଲିସି ଉପରେ ପରାମର୍ଶ ଦିଅନ୍ତି । ଓଭରସାଇଟ୍ ବୋର୍ଡ ମେଟାକୁ ଅନ୍ତରାଷ୍ଟ୍ରୀୟ ମାନବାଧିକାର ମାନଦଣ୍ଡକୁ ସମ୍ମାନ କରିବା ପାଇଁ ନିଜର ଅଡଲ୍ଟ ନ୍ୟୁଡିଟି ଏବଂ ସେକ୍ସୁଆଲ ଆକ୍ଟିଭିଟି କମ୍ୟୁନିଟି ଷ୍ଟାଣ୍ଡାର୍ଡରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି ।

ବକ୍ଷୋଜର ପ୍ରତିଛବିକୁ ଡି-ସେକ୍ସୁଆଲ କରିବା ପାଇଁ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୨୦୧୨ରେ ତିବ୍ର ହୋଇଥିଲା । ଅଭିନେତା ତଥା ନିର୍ଦ୍ଦେଶକ ନୀଲା ଏସ୍କୋଙ୍କୁ ବୃତ୍ତଚିତ୍ର ଫ୍ରି ଦ ନିପଲର କିଛି ଦୃଶ୍ୟକୁ ଫେସବୁକ ହଟାଇବା ପରେ ଆନ୍ଦୋଳନ ଜୋର ହୋଇଥିଲା । ଫେସବୁକ ମୁଖ୍ୟାଳୟ ବାହାରେ ପ୍ରଦର୍ଶନ କରି ପୁରୁଷଙ୍କ ପରି ଟପଲେସ୍ ହୋଇ ବୁଲିବାର ଅଧିକାର ପାଇଁ ମହିଳାମାନେ ଦାବି କରିଥିଲେ । ଏହାସହ ସେମାନଙ୍କ କହିବା କଥା ଥିଲା, ମହିଳାମାନେ କେବଳ ସେକ୍ସୁଆଲ ଅବଜେକ୍ଟ ନୁହନ୍ତି । ଏହି ଆନ୍ଦୋଳନ ପ୍ରଭାବରେ ଆମେରିକାର କିଛି ସ୍ଥାନରେ ମହିଳାଙ୍କୁ ଏଥିପାଇଁ ଅନୁମତି ମଧ୍ୟ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.